ଏହି ବିସ୍ଫୋରଣରେ ସନ୍ଧାନୀ କୁକୁର ଷ୍ଟନର ଘଟଣାସ୍ଥଳରେ ପ୍ରାଣ ହରାଇଥିଲା। ଘଟଣା ପରେ ସୁରକ୍ଷାବଳ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍‌କୁ ତୀବ୍ର କରିଛନ୍ତି। ଚାଇଁବସା ଏସ୍‌ପି ଅମିତ ରେଣୁ ନକ୍ସଲଙ୍କୁ ସମ୍ପୂର୍ଣ୍ଣ ଦମନ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି। ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି। ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା। ଶତାଧିକ ବୋମା ଖୋଜି ଅନେକ ଯବାନଙ୍କ ଜୀବନ ବଞ୍ଚାଇଥିବା ଷ୍ଟନର ନିଜର ଜୀବନ ବଞ୍ଚାଇ ପାରିଲାନାହିଁ।