ରାଜ୍ୟ

Landslides: ଭୁଶୁଡ଼ିଲା ହାଇ ଭୋଲଟେଜ୍ ବିଦ୍ୟୁତ ଟାୱାର, ଧସିଗଲା ଟ୍ରେନ ଟ୍ରାକ୍

କୋରାପୁଟ ଜିଲ୍ଲାରେ ମୁଷଳଧାରାରେ ବର୍ଷା ଯୋଗୁଁ ମାଳିଗୁଡ଼ା-ଛତ୍ରିପୁଟ ମଧ୍ୟରେ ଥିବା ରେଳଧାରଣା ଧ୍ବସ୍ତ ବିଧ୍ବସ୍ତ ହୋଇଛି। ମାଳିଗୁଡା ଷ୍ଟେସନ ନିକଟରେ ଥିବା ଏକ ହାଇ ଭୋଲଟେଜ୍ ବିଦ୍ୟୁତ ଟ୍ରାନସମିସନ୍ ଟାୱାର ଭୁଶୁଡିଛି।

କୋରାପୁଟ (ପ୍ରଦୀପ ପାଢ଼ୀ): କୋରାପୁଟ ଜିଲ୍ଲାରେ ମୁଷଳଧାରାରେ ବର୍ଷା ଯୋଗୁଁ ମାଳିଗୁଡ଼ା-ଛତ୍ରିପୁଟ ମଧ୍ୟରେ ଥିବା ରେଳଧାରଣା ଧ୍ବସ୍ତ ବିଧ୍ବସ୍ତ ହୋଇଛି। ମାଳିଗୁଡା ଷ୍ଟେସନ ନିକଟରେ ଥିବା ଏକ ହାଇ ଭୋଲଟେଜ୍ ବିଦ୍ୟୁତ ଟ୍ରାନସମିସନ୍ ଟାୱାର ଭୁଶୁଡିଛି। ଟାୱାର ଭୁଶୁଡ଼ିବା ବେଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପବନ ଓ ବର୍ଷାର ପ୍ରଭାବରେ ଟାୱାରଟି ପ୍ରଥମେ ବଙ୍କା ହୋଇ ପରେ ଧୀରେ ଧୀରେ ତଳକୁ ଭୁଶୁଡ଼ି ପଡ଼ିଥିବା  ଦୃଶ୍ୟ ସାମ୍ନାକୁ ଆସିଛି।

ରେଳ ବିଭାଗ ପକ୍ଷରୁ ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୨ ଗୋଟି ଟ୍ରେନ୍‌ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ। ଆସନ୍ତାକାଲି ୨୬ ତାରିଖ ପାଇଁ କିରାଣ୍ଡୁଲ-ବିଶାଖାପାଟନା ଉଭୟ ଏକ୍ସପ୍ରେସ ଓ ପାସେଞ୍ଜେର ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ରାଉରକେଲା-ଜଗଦଲପୁର ଇଣ୍ଟେରସିଟି ଏକ୍ସପେସ ବି ବାତିଲ କରାଯାଇଛି। ଆଜି ହିରାଖଣ୍ଡ ଟ୍ରେନ୍‌ ୮ ଘଣ୍ଟା ବିଳମ୍ବରେ ଅପରାହ୍ନ ୪.୧୦ରେ କୋରାପୁଟ ଷ୍ଟେସନରେ ପହଞ୍ଚି ଥିଲା। କୋରାପୁଟରୁ ଆଗକୁ ଟ୍ରେନ ଚଳାଚଳ ବନ୍ଦ ରହିଥିବାରୁ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ଜୟପୁର ଓ ଜଗଦଲପୁରକୁ ୨ଟି ମାଗଣା ବସ ସେବାର ବ୍ୟବସ୍ଥା କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button