Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା
ଲଗାଣ ବର୍ଷାରେ ପ୍ରଭାବିତ କଳିଙ୍ଗା ଘାଟି ଦୁଃଖ ଦେଇଗଲା ସମସ୍ତ ଅଞ୍ଚଳବାସୀଙ୍କୁ। ଗତବର୍ଷ ଏହିଭଳି ଗୋଟିଏ ଦିନ ବର୍ଷାରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା କଳିଙ୍ଗା ଘାଟି ରାସ୍ତାର। ରାସ୍ତା ଧୋଇ ହୋଇଯିବା ସହ ଦୀର୍ଘ ଦେଢ଼ ମାସ ରାସ୍ତାରେ ଯାତାୟତ ବନ୍ଦ ରହିଥିଲା।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଲଗାଣ ବର୍ଷାରେ ପ୍ରଭାବିତ କଳିଙ୍ଗା ଘାଟି ଦୁଃଖ ଦେଇଗଲା ସମସ୍ତ ଅଞ୍ଚଳବାସୀଙ୍କୁ। ଗତବର୍ଷ ଏହିଭଳି ଗୋଟିଏ ଦିନ ବର୍ଷାରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା କଳିଙ୍ଗା ଘାଟି ରାସ୍ତାର। ରାସ୍ତା ଧୋଇ ହୋଇଯିବା ସହ ଦୀର୍ଘ ଦେଢ଼ ମାସ ରାସ୍ତାରେ ଯାତାୟତ ବନ୍ଦ ରହିଥିଲା।
ଭୂସ୍ଖଳନ ଆଶଙ୍କା କରି କନ୍ଧମାଳଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୩ ଏବଂ ୨୪ରେ କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ। ହେଲେ ଘାଟିର ଅନ୍ଧାରକୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର କିଛି ସମୟପରେ ଭୂସ୍ଖଳନ ସ୍ଥଳରେ ଏକ ବିରାଟ ପଥର ତଳକୁ ଖସି ପଡ଼ିଥିଲା। ଏହା ପରେ କନ୍ଧମାଳ ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଯାତାୟତ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ଏହି ନିର୍ଦେଶନାମା ଜାରି ପରେ କନ୍ଧମାଳ ଏବଂ ଗଞ୍ଜାମ ସୀମାନ୍ତ ବର୍ତ୍ତି ଅଞ୍ଚଳବାସୀଙ୍କ ସମସ୍ୟା ବଢିଯାଉଛି।
ସୌଜନ୍ୟ ସମ୍ବାଦ




