Last Monday of Shravan: ଶ୍ରାବଣର ଶେଷ ସୋମବାର: ଲିଙ୍ଗରାଜ ମନ୍ଦିରରେ ଅଢ଼େଇ ହଜାର କାଉଡ଼ିଆ
ଶ୍ରାବଣ ମାସର ଶେଷ ସୋମବାରରେ ଜଳଭାର ଆଣି ଅପେକ୍ଷା କରିଥିବା କାଉଡ଼ିଆମାନେ ଗତକାଲି ଭୋର୍ରୁ ପୁରୁଣା ଭୁବନେଶ୍ବରର ବହୁ ଶିବ ମନ୍ଦିରରେ ଶ୍ରାବଣୀ ଜଳଲାଗି କରିଛନ୍ତି। ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରକୁ ପ୍ରାୟ ୩ ହଜାର କାଉଡ଼ିଆ ଆସିଥିବା ଆକଳନ...

ପୁରୁଣା ଭୁବନେଶ୍ବର: ଶ୍ରାବଣ ମାସର ଶେଷ ସୋମବାରରେ ଜଳଭାର ଆଣି ଅପେକ୍ଷା କରିଥିବା କାଉଡ଼ିଆମାନେ ଗତକାଲି ଭୋର୍ରୁ ପୁରୁଣା ଭୁବନେଶ୍ବରର ବହୁ ଶିବ ମନ୍ଦିରରେ ଶ୍ରାବଣୀ ଜଳଲାଗି କରିଛନ୍ତି। ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରକୁ ପ୍ରାୟ ୩ ହଜାର କାଉଡ଼ିଆ ଆସିଥିବା ଆକଳନ କରାଯାଇଛି। କେବଳ ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଖାପାଖି ଅଢ଼େଇ ହଜାର କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି।
ଆଜି ଭୋର୍ ୩ଟାରେ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଭୋର ୩ଟା ୩୦ରେ ମଙ୍ଗଳ ଆଳତି ଓ ଅବକାଶ ପୂଜା ସମ୍ପନ୍ନ ହେବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ୩ଟା ୪୫ ବେଳକୁ ସିଂହଦ୍ବାର ସମ୍ମୁଖରେ ଅପେକ୍ଷାରତ କାଉଡ଼ିଆମାନଙ୍କୁ ଜଳଲାଗି କରିବା ପାଇଁ ଧାଡ଼ିରେ ଛଡ଼ା ଯାଇଥିଲା। ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଶ୍ରାବଣ ମାସର ପୂର୍ବ ତିନି ପାଳି ଅପେକ୍ଷା ଶେଷ ପାଳିରେ କାଉଡ଼ିଆଙ୍କ ସଂଖ୍ୟା ବହୁ ପରିମାଣରେ କମି ଯାଇଥିଲା। କମ୍ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଜଳଲାଗି କରିଥିବା କାଉଡ଼ିଆମାନେ ବେଶ୍ ଭଲରେ ପୂଜାର୍ଚ୍ଚନା କରିଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ




