ଜାତୀୟ

Lawrence Bishnoi Gang: ଜେଲ୍‌ ଭିତରୁ ଆତଙ୍କ ଖେଳାଉଛି ଲରେନ୍ସ, ଯୁବକଙ୍କୁ ମୋହରା କରୁଛି ଗ୍ୟାଙ୍ଗ୍

ନୂଆଦିଲ୍ଲୀ ୨୨/୧୦: ପଞ୍ଜାବରୁ ଉତ୍ତର ଭାରତ । ସଲମାନ ଖାନ୍‌ଙ୍କଠୁ ସାରା ବଲିଉଡ୍ । ସମସ୍ତେ ସ୍ତବ୍ଧ । ଆତଙ୍କିତ ଓ ଭୟଭୀତ । ଇ-ମେଲ୍, ହ୍ୱାଟ୍ସଆପ୍‌ରେ ଖୁଲମ୍‌ଖୁଲ୍ଲା ଧମକ । ଆତଙ୍କର ନାଁ ଲରେନ୍ସ ଗ୍ୟାଙ୍ଗ । ଜେଲ୍‌ରେ ବିଷ୍ନୋୟୀ ବ୍ରଦର୍ । ତଥାପି ବଲିଉଡ୍ ଛାତିରେ ଫୁଟୁଛି ଲରେନ୍ସ ଗ୍ୟାଙ୍ଗର ଗୁଳି । ଟାର୍ଗେଟ୍‌ରେ ହାଇ-ପ୍ରୋଫାଇଲ ସିନେ ଷ୍ଟାର୍ । ସୁରକ୍ଷାରେ ଟିକିଏ ଊଣା ହେଲେ, ଜୀବନ ଚାଲିଯିବ । ବଲିଉଡ୍‌ର ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍‌ଙ୍କ ଉପରେ ସଦ୍ୟ ଆକ୍ରମଣ ଆତଙ୍କର ପ୍ରମାଣ । ଜେଲ୍ ଭିତରୁ ଆତଙ୍କର ଏହି ସୁନିୟୋଜିତ ଯୋଜନା ଏବେ ଖବରର ଶିରୋନାମା ।

ସାବରମତୀ ଜେଲ କୋଠରୀ ଭିତରେ ବସି ସାରା ବଲିଉଡ୍‌ରେ ଆତଙ୍କ ଖେଳାଇଛି ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ନୋୟୀ । ହାଇ-ପ୍ରୋଫାଇଲ ସିରିଜ୍ ଆକ୍ରମଣ ଲାଗି ଏହାର ନିଷ୍ଠୁର ପଦ୍ଧତି ଏବେ ପୁଲିସ-ପ୍ରଶାସନର ଚିନ୍ତା ବଢ଼ାଇଛି । ଶସ୍ତାରେ ଓ ଥରେ ମାତ୍ର ବ୍ୟବହାର କରି ମରିବାକୁ ଛାଡ଼ି ଦେଉଥିବା ସୁଟର୍‌ଙ୍କୁ ନିଜ ଗ୍ୟାଙ୍ଗରେ ନିଯୁକ୍ତ କରୁଛି । ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଧମକ ପରେ ଗୁଳି କରିବାକୁ ଚେଷ୍ଟା କରାଯାଇଛି । ଯାଞ୍ଚରୁ ଜଣାପଡ଼ିଛି, ବିଷ୍ଣୋଇ ଗ୍ୟାଙ୍ଗ ସୁଟର୍ ନିଯୁକ୍ତିର ଏକ ଔଦ୍ୟୋଗିକ ମଡେଲର ଉପଯୋଗ କରୁଛି ଯାହା ଯୁବ ଓ ଅନଭିଜ୍ଞ ସୁଟର୍‌ଙ୍କୁ ଖୁବ୍ କମ୍ ଅର୍ଥ ଜରିଆରେ ଶୋଷଣ କରୁଛି । ଏହା ଗ୍ୟାଙ୍ଗର ଶୀର୍ଷ ନେତୃତ୍ୱକୁ ପ୍ରତ୍ୟକ୍ଷ ସମ୍ପୃକ୍ତିରୁ ସୁରକ୍ଷା ଦେଉଛି । ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣର ପଦ୍ଧତି ଏହି ଔଦ୍ୟୋଗିକ ପ୍ରକ୍ରିୟାର ଉଦାହରଣ ଯାହା ମାଧ୍ୟମରେ ବିଦେଶରେ ରହି ସିଣ୍ଡିକେଟ୍ ଚଳାଉଥିବା ହ୍ୟାଣ୍ଡଲର୍‌ମାନେ ତୃଣମୂଳ ସ୍ତରର ସହଯୋଗୀଙ୍କୁ ମାର୍ଗଦର୍ଶନ ଓ ନିୟନ୍ତ୍ରଣ କରୁଛନ୍ତି । ହରିୟାଣାର ଅନୀଲ ପଣ୍ଡିତ ଆମେରିକାରେ ରହି ଯୁବ ସୁଟର୍‌ଙ୍କୁ ନିଯୁକ୍ତି ଦେଉଥିବା ଯାଞ୍ଚରୁ ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button