ନୂଆଦିଲ୍ଲୀ: ସାଧାରଣତଃ ପୁଲିସ ଲୋକଙ୍କୁ ମାଡ଼ମାରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କୋର୍ଟ ପରିସରରେ ଜଣେ ଓକିଲ ପୁଲିସକୁ ନିର୍ମମ ଭାବରେ ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି। ଆକ୍ରମଣକାରୀ ସାକେତ କୋର୍ଟର ଜଣେ ଓକିଲ ଥିବା ଜଣାପଡ଼ିଛି।
ରାସ୍ତାରେ ଦେଖି ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ଛେଚିଲେ ଓକିଲ
ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସର ଜଣେ କର୍ମଚାରୀ ବାଇକ ଯୋଗେ କୌଣସି କାମରେ ଯାଉଥିଲେ। ଏହି ସମୟରେ ହଠାତ ରାସ୍ତାରେ ସାକେତ କୋର୍ଟ ପରିସରରେ ଜଣେ ଓକିଲ ତାଙ୍କ ବାଟ ଓଗାଳି ଥିଲେ । ପୁଲିସ ଜଣକ କିଛି ବୁଝିବା ପୂର୍ବରୁ ଓକିଲ ତାଙ୍କୁ ନିସ୍ତୁକମାଡ଼ ମାରି ଚାଲିଥିଲେ। କିଛି ସମୟ ପରେ ପୁଲିସ ଜଣକ ଘଟଣାସ୍ଥଳରୁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ପଛପାର୍ଶ୍ବରୁ ଓକିଲ ଜଣକ ହେଲମେଟ ଫିଙ୍ଗିଥିଲେ। ସୌଭାଗ୍ୟବଶତଃ ଏ ହେଲମେଟ ପୁଲିସ କର୍ମଚାରୀଙ୍କ ବାଇକରେ ବାଜି ତଳେ ପଡ଼ିଯାଇଥିଲା।
ଖବର ଲେଖାହେଲା ପର୍ଯ୍ୟନ୍ତ ରାସ୍ତା ମଝିରେ ଓକିଲ ଓ ପୁଲିସ କର୍ମଚାରୀ କାହିଁକି ଏଭଳି କଳି ଲାଗିଥିଲେ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।
ସୌଜନ୍ୟ ସମ୍ବାଦ

