ରାଜ୍ୟ

Legislative Assembly: ୧୮ରୁ ବିଧାନସଭା

ଆସନ୍ତା ମାସ ୧୮ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୩୩ଟି କାର୍ଯ୍ୟଦିବସ ରହିଛି। ୧୮ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ।

ଭୁବନେଶ୍ବର: ଆସନ୍ତା ମାସ ୧୮ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୩୩ଟି କାର୍ଯ୍ୟଦିବସ ରହିଛି। ୧୮ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ନଭେମ୍ବର ୩୦ରେ ପ୍ରଥମ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ଏ ସମ୍ପର୍କରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବର୍ଷକୁ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି। ଚଳିତ ବର୍ଷ ବଜେଟ ଓ ମୌସୁମୀ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ସରିଛି। ତେଣୁ ନିୟମ ଅନୁଯାୟୀ ୩୩ଟି କାର୍ଯ୍ୟଦିବସ ଥାଇ ଶୀତ ଅଧିବେଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ସାଧାରଣତଃ ଶୀତ ଅଧିବେଶନରେ ଅତିରିକ୍ତ ବଜେଟ ପାରିତ ହେଲାର ଦୁଇ ତିନି ଦିନ ପରେ ଅଧିବେଶନକୁ ବନ୍ଦ କରିଦିଆଯାଏ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button