Let’s Shuttle 4.0: ଲେଟ୍‌ସ ସଟଲ୍‌ ୪.0ର ଭୁବନେଶ୍ବର ପର୍ଯ୍ୟାୟ ଆରମ୍ଭ

‘ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ଲେଟ୍‌ସ ସଟଲ୍‌ ୪.୦ର ଭୁବନେଶ୍ବର ପର୍ଯ୍ୟାୟ ରବିବାରଠାରୁ ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ଠାରେ ଆରମ୍ଭ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା....

ଭୁବନେଶ୍ବର: ‘ସମ୍ବାଦ ଡିଜିଟାଲ୍‌’ ପକ୍ଷରୁ ଲେଟ୍‌ସ ସଟଲ୍‌ ୪.୦ର ଭୁବନେଶ୍ବର ପର୍ଯ୍ୟାୟ ରବିବାରଠାରୁ ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ଠାରେ ଆରମ୍ଭ ହୋଇଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଅର୍ଥ ବିଭାଗର ଯୁଗ୍ମ ସଚିବ ଦୀପକ କୁମାର ବେସ୍ରା ଓ ପୂର୍ବତଟ ରେଳବାଇର ଅତିରିକ୍ତ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ପିକେ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସାରା ଓଡ଼ିଶାର ୧୬ଟି ସ୍ଥାନରେ ଲେଟ୍‌ସ ସଟଲ୍‌-୪.୦ ଆୟୋଜିତ ହେବ।

ଏବେ ସୁଦ୍ଧା ୧୧ଟି ସ୍ଥାନରେ ‌ଶେଷ ହୋଇଛି। ଆଜି ଭୁବନେଶ୍ବରରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା ବେଳେ ଆଗକୁ ବାରିପଦା, କେନ୍ଦୁଝରବ୍ରହ୍ମପୁରବଲାଙ୍ଗୀର ଓ ଯାଜପୁର ଆଦି ସ୍ଥାନରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଏଥିରେ ୧୦୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିସାରିଲେଣି।  ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରାଥମିକ ପର୍ଯ୍ୟାୟ ପରେ ଆସନ୍ତା ମାର୍ଚ୍ଚ ୨୭ରୁ ୨୯ ପର୍ଯ୍ୟନ୍ତ ମାଷ୍ଟର୍ସ ପ୍ରତିଯୋଗିତା ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ। ଏଥର କେତୋଟି ନୂଆ ବର୍ଗକୁ ଏହି ପ୍ରତିଯୋଗିତାରେ ସାମିଲ କରାଯାଇଛି। ଯାହାକୁ ଖେଳାଳି ଓ ସଂଗଠକ ବେଶ୍‌ ପସନ୍ଦ କରୁଛନ୍ତି। ସେହିଭଳି ‘ସମ୍ବାଦ ଡିଜିଟାଲ’ର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version