LIC ଅଫିସରେ ଲାଗିଛି ନିଆଁ, ପୋଡ଼ିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

କଟକ ଲିଙ୍କ ରୋଡ୍‌ରେ ଥିବା LIC ଅଫିସରେ ଲାଗିଛି ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ

କଟକ ୨୪।୦୩ : ବଡ଼ ଅଘଟଣ । କଟକ ଲିଙ୍କ ରୋଡ୍‌ରେ ଥିବା LIC ଅଫିସରେ ଲାଗିଛି ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, କଟକ ଲିଙ୍କ ରୋଡ୍‌ରେ ଥିବା LIC ଅଫିସରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ମଧ୍ୟ ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି । ହେଲେ ଏବେ ଯାଏଁ ନିଆଁ ଉପରେ ଆୟତ୍ତ କରିପାରିନାହିଁ ଅଗ୍ନିଶମ ବାହିନୀ ।

ସେପଟେ ଅଫିସ ଭିତରେ ନିଆଁ ଲାଗିଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ଅଫିସରେ କେମିତି ଏତେ ବଡ଼ଧରଣର ନିଆଁ ଲାଗିଲା । ଯଦି ବି ନିଆଁ ଲାଗି ବିଲ୍ଡିଂ ଅଗ୍ନି ନିୟନ୍ତ୍ରାକ ଯନ୍ତ୍ର ଥିଲା କି ନାହିଁ । ଏପରି ନାନା ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କୁ ମାରୁଛି ।

ସେହିପରି ଘଟଣାସ୍ଥଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବାକି ଏବେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବାହାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ସୌଜନ୍ୟ Prameya News7

Exit mobile version