ରାଶିଫଳ

ଡିସେମ୍ବର ୨୩ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ଶେଷ ହେବ। ଶରୀର ସୁସ୍ଥ ରହିବ ଓ ପରିବାରରେ ଆନନ୍ଦର ପରିବେଶ ଦେଖାଦେବ। ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ଅଧିକ ସଫଳତା ପାଇବେ।

ବୃଷ- ଆର୍ଥିକ ଦିଗଟି ମଜଭୁତ ରହିବ ଏବଂ ବ୍ୟବସାୟରେ ଆଶାନୁରୂପ ଲାଭ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ ଓ ଦିନଟି ଶାନ୍ତିରେ କଟିବ। ନୂତନ ନିବେଶ ପାଇଁ ଦିନଟି ବହୁତ ଶୁଭ ଅଟେ।

ମିଥୁନ- କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ନିଜର ଗୋପନୀୟ କଥା କାହାକୁ କୁହନ୍ତୁ ନାହିଁ। ବ୍ୟବସାୟରେ ସାମାନ୍ୟ ବାଧା ଆସିପାରେ ତେଣୁ ନେଣଦେଣ ବେଳେ ସତର୍କ ରୁହନ୍ତୁ। ମାନସିକ ଶାନ୍ତି ପାଇଁ କିଛି ସମୟ ଯୋଗ କିମ୍ବା ଧ୍ୟାନ କରନ୍ତୁ।

କର୍କଟ- ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିବ ଏବଂ ମାନସିକ ଶାନ୍ତି ବୃଦ୍ଧି ପାଇବ। ପରିବାରରେ କୌଣସି ଶୁଭ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ ଓ ମନ ପ୍ରଫୁଲ୍ଲ ରହିବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବା ଦ୍ୱାରା ଆପଣ ଖୁସି ଅନୁଭବ କରିବେ।

ସିଂହ- ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। ନିଜର ଜିଦ୍ ଛାଡ଼ନ୍ତୁ ନଚେତ୍ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆପଣଙ୍କ ପାଇଁ ଭଲ ହେବ।

କନ୍ୟା- ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଆୟର ନୂତନ ପନ୍ଥା ଫିଟିବ। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ଓ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କୁ ଆନନ୍ଦିତ କରିବ।

ତୁଳା- କଳା ଓ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଏବଂ ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ସଫଳ ହେବ। ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ ଓ ଅଯଥା ଖର୍ଚ୍ଚ କମାନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ଓ ଦୂର ଯାତ୍ରା ସଫଳ ହେବ।

ବିଛା- ଆକସ୍ମିକ ଧନ ଲାଭର ଯୋଗ ରହିଛି। କିନ୍ତୁ ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ। ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ହନୁମାନ ଚାଳିଶା ପାଠ କଲେ ସମସ୍ତ ରିଷ୍ଟ ଖଣ୍ଡନ ହେବ।

ଧନୁ- ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ ଏବଂ ଗୁରୁଜନଙ୍କ ଆଶୀର୍ବାଦରୁ କର୍ମରେ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଭଲ ଖବର ପାଇବେ। ସ୍ଥାୟୀ ସମ୍ପତ୍ତି କ୍ରୟ କରିବା ପାଇଁ ସମୟ ଅନୁକୂଳ ରହିଛି।

ମକର- କଠିନ ପରିଶ୍ରମ କଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ ହୋଇପାରେ ତେଣୁ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ପରିବାରରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମନ ସାମାନ୍ୟ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ବିବାଦରୁ ଦୂରେଇ ରୁହନ୍ତୁ ଏବଂ ନିଜ କାମରେ ଧ୍ୟାନ ଦିଅନ୍ତୁ।

କୁମ୍ଭ- ବୈଷୟିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉତ୍ତମ ଲାଭ ମିଳିବ ଓ ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ମନ ଖୁସି ରହିବ ଓ ଦୂର ଯାତ୍ରା ପାଇଁ ଦିନଟି ଶୁଭ ଅଟେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ।

ମୀନ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଓ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ। ବ୍ୟବସାୟରେ ଉନ୍ନତି ହେବା ସହ ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଇଷ୍ଟଦେବଙ୍କୁ ସ୍ମରଣ କରି ଦିନଟି ଆରମ୍ଭ କରନ୍ତୁ, ସଫଳତା ମିଳିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button