ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଲଇକେରା ଗାଁରୁ ମଦଭାଟି ଉଚ୍ଛେଦ ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯିବା ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାରଠାରୁ ଧାରଣାରେ ବସିଥିଲେ ଶହ ଶହ ଗ୍ରାମବାସୀ। ଗାଁଦିବାରାତ୍ର ଧାରଣା ଜାରି ରହିଲା। ରାତି ୧୨ଟାରେ ବର୍ଷା ସହ ଘନଘନ ବିଜୁଳି ମାରିଥିଲା। କିନ୍ତୁ ତାକୁ ଖାତିର ନକରି ମହିଳାମାନେ କୋଳରେ ଛୁଆକୁ ଧରି ରାସ୍ତାରେ ରାତି କାଟିଲେ। ଶେଷରେ ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଲଇକେରାର ଦେଶୀ ମଦଭାଟିକୁ ଅସ୍ଥାୟୀ ରୂପେ ସିଲ୍ କରିଛି। ଏହା ସହ ଆସନ୍ତା ୨୬ ତାରିଖରେ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପୂର୍ଣ୍ଣ ଭିଡିଓଗ୍ରାଫି ମଧ୍ୟରେ ପୁଣି ଥରେ ସ୍ବତନ୍ତ୍ର ଗ୍ରାମସଭା କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଗ୍ରାମସଭାରେ ବହୁମତରେ ଯାହା ପ୍ରସ୍ତାବ ଆସିବ ତାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି। ଏହା ପରେ ଗାଁ ଲୋକେ ଧାରଣା ପ୍ରତ୍ୟାହାର କରିଥିଲେ।
Liquor: ମଦ ବିରୋଧରେ ତାତିଲେ ଲୋକେ: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତି କାଟିଲେ
ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଲଇକେରା ଗାଁରୁ ମଦଭାଟି ଉଚ୍ଛେଦ ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯିବା ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାରଠାରୁ ଧାରଣାରେ ବସିଥିଲେ ଶହ ଶହ ଗ୍ରାମବାସୀ।
