Loot: ସ୍ବାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା-ସୁନା ଗହଣା ଲୁଟିଲେ ଡକାୟତ

ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି।

ରାଇଙ୍ଗପୁର/ତିରିଂ: ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ଆକ୍ରମଣ କରି ୫ ଜଣ ଡକାୟତ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟିନେଇଛନ୍ତି। ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡସିଆଜଙ୍ଗ (ଗୁମୁଦିଘୁଟୁ) ଗାଁରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ବଡ଼ିସିଆଜଙ୍ଗ ଗାଁର ଅଶ୍ବନୀ ମହାନ୍ତଙ୍କ ଘରେ ଡକାୟତି ହୋଇଛି। ନଗଦ ୬୧ ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା, ଏଟିଏମ୍ କାର୍ଡ ଓ କଂସା ବାସନ ସବୁ ଲୁଟି ନେଇଛନ୍ତି ୫ ଜଣ ଡକାୟତ।

ଝାଡ଼ଖଣ୍ଡର ଡକାୟତ ସନ୍ଦେହ

ଏହି ଘଟଣାକୁ ନେଇ ତିରିଂ ଥାନାରେ ସେ ଏକ ଏତଲା ଦେଇଛନ୍ତି। ଏତଲା ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୟୂରଭଞ୍ଜ ଜିଲ୍ଲାର ତିରିଂ ଅଞ୍ଚଳଟି ଝାଡ଼ଖଣ୍ଡର ସୀମାନ୍ତରେ ଥିବାରୁ ଡକାୟତମାନେ ଝାଡ଼ଖଣ୍ଡ ରାଜ୍ୟକୁ ଖସି ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ସେପଟେ ଆହତ ଅବସ୍ଥାରେ ଅଶ୍ବନୀ ମହାନ୍ତଙ୍କ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସାଇନଟିଫିକ୍ଟ ଟିମ୍, ରାରଙ୍ଗପୁର ଏସଡିପିଓ ଓ ତିରିଂ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version