India vs West Indies 2nd ODI: ରୋହିତ ଶର୍ମାଙ୍କ ଶତକ, ଗିଲ୍ଙ୍କ ଦ୍ବିଶତକ
ଗୁଆହାଟୀର ବରସାପାରା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ହିଟ୍ମ୍ୟାନ୍ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ୬୨ଟି ବଲ୍ ଖେଳି ଶତକ ହାସଲ କରିଛନ୍ତି।

ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଦ୍ବିଶତକ ହାସଲ କରିଛନ୍ତି। ସେହିପରି ହିଟ୍ମ୍ୟାନ୍ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟର ରୋହିତ ଶର୍ମା ୬୨ଟି ବଲ୍ ଖେଳି ଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୭୫ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶୁଭମନ ଗିଲ ୧୧୯ଟି ବଲ୍ରୁ ୨୪ଟି ଚୌକା ଏବଂ ୭ଟି ଛକା ସହାୟତାରେ ୨୦୧ ରନ୍ ସଂଗ୍ରହ କରିଛନ୍ତି।
ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଜାରି ରହିଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଅତିଥି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ଫଳରେ ଭାରତୀୟ ଟିମ୍କୁ ୪୦୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି।
ଶୁଭମନ ଗିଲଙ୍କ ନିଷ୍ପତ୍ତି ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିଲା ଭଳି ଲାଗୁଛି। ଜନ୍ କ୍ୟାମ୍ପବେଲ, ସାଇ ହୋପ ଏବଂ ଅମିର ଜାଙ୍ଗୋ ଶତକ ହାସଲ କରିଛନ୍ତି। କ୍ୟାମ୍ପବେଲ ୬୮ଟି ବଲ୍ ଖେଳି ୯ଟି ଚୌକା ଏବଂ ୫ଟି ଛକା ବଳରେ ୧୦୧ ରନ୍ ସଂଗ୍ରହ କରିଥିଲେ। ବିସ୍ଫୋରକ ବ୍ୟାଟର ହୋପ୍ ବ୍ୟକ୍ତିଗତ ଭାବେ ୧୦୪ ରନ୍ ସଂଗ୍ରହ କରିଥିଲେ। ସେ ୯୪ଟି ବଲ୍ ଖେଳି ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ସେହିପରି ଅମିର ଜାଙ୍ଗୋ ୧୩ଟି ଚୌକା ଏବଂ ୩ଟି ଛକା ସହାୟତାରେ ୧୧୪ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୭୭ଟି ବଲ୍ ଖେଳିଥିଲେ।
ସୌଜନ୍ୟ ସମ୍ବାଦ




