Mahaprayan vehicle: ମହାପ୍ରୟାଣ ବଦଳରେ ‘୧୦୯ ନମ୍ବର’ ଯାନ: ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ଙ୍କ ଘୋର ଅଭାବ ସହ ସରକାରୀ ଡାକ୍ତରଖାନାରୁ ଶବ ନେବାକୁ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହୋଇପାରୁନି। ଫଳରେ ବହୁ ସମୟରେ ଲୋକେ ଶବକୁ ବାଇକ୍‌ ଓ କାନ୍ଧରେ ବୋହି ନେଉଥିବାର ଅନେକ ଘଟଣା ସାମନାକୁ ଆସୁଛି।

ପାରଳାଖେମୁଣ୍ଡି: ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ଙ୍କ ଘୋର ଅଭାବ ସହ ସରକାରୀ ଡାକ୍ତରଖାନାରୁ ଶବ ନେବାକୁ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହୋଇପାରୁନି। ଫଳରେ ବହୁ ସମୟରେ ଲୋକେ ଶବକୁ ବାଇକ୍‌ ଓ କାନ୍ଧରେ ବୋହି ନେଉଥିବାର ଅନେକ ଘଟଣା ସାମନାକୁ ଆସୁଛି। ଏଣୁ ଏହାକୁ ଆଖି ଆଗରେ ରଖି ଆଗାମୀ ୨ ମାସ ମଧ୍ୟରେ ଶବ ନେବାକୁ ମହାପ୍ରୟାଣ ପରିବର୍ତ୍ତେ ‘୧୦୯ ନମ୍ବର ଯାନ’ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।

Exit mobile version