Maharashtra: ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣାରେ ୭ ମହିଳା ମୃତ- ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌

ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ୍‌କୁ ଧକ୍କା ଦେବାରୁ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ସମୃଦ୍ଧି ଏକ୍ସପ୍ରେସ୍‌ୱେର କାଡୱାଞ୍ଚି ଗାଁ ନିକଟରେ ହୋଇଥିଲା।

ଜାଲନା: ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍‌ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ୍‌କୁ ଧକ୍କା ଦେବାରୁ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ସମୃଦ୍ଧି ଏକ୍ସପ୍ରେସ୍‌ୱେର କାଡୱାଞ୍ଚି ଗାଁ ନିକଟରେ ହୋଇଥିଲା। ଟ୍ରକ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ୭ଟି ଅମୂଲ୍ୟ ଜୀବନ ଅକାଳରେ ଚାଲି ଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳାମାନେ ଏକ୍ସପ୍ରେସ୍‌ୱେରେ ଚାଲିଥିବା କାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିଲେ।

ଦୁର୍ଘଟଣା ପୂର୍ବରୁ ସେମାନେ ମିନିଟ୍ରକ୍‌ରେ କାର୍ଯ୍ୟସ୍ଥଳକୁ ଆସୁଥିଲେ। ମୁମ୍ବାଇ ଯାଉଥିବା ଏକ ଟ୍ରକ ପଛ ପଟରୁ ଦ୍ରୁତ ଗତିରେ ଆସି ମିନିଟ୍ରକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ଯୋଗୁ ଲୋକ ଇଆଡ଼େ ସିଆଡ଼େ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକମାନେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେବା ସହିତ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ପୁଲିସ ଟ୍ରକ୍‌ ଡ୍ରାଇଭରକୁ ହେପାଜତକୁ ନେଇ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version