Maoists Surrender: ମାଓ ଡମ୍ପରୁ ୭କିଲୋ ସୁନା ସମେତ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ

ନକ୍ସଲ ଆତ୍ମସମର୍ପଣର ଆଜି ଥିଲା ଶେଷ ଦିନ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଆଜି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିସହ ୧୪ କୋଟିରୁ ଉର୍ଦ୍ଧ୍ବ ଟଂକାର ଡମ୍ପ ଉଦ୍ଧାର କରାଯାଇଛି।

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ଆତ୍ମସମର୍ପଣର ଆଜି ଥିଲା ଶେଷ ଦିନ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଆଜି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିସହ ୧୪ କୋଟିରୁ ଉର୍ଦ୍ଧ୍ବ ଟଂକାର ଡମ୍ପ ଉଦ୍ଧାର କରାଯାଇଛି।

ବିଜାପୁର ଜିଲ୍ଲାରେ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ୯୩ଟି ହତିଆର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୪ଟି ଏକେ-୪୭ ଏବଂ ୯ଟି ଏସଏଲଆର ରହିଛି। ଏମାନଙ୍କଦ୍ବାରା ଡମ୍ପ କରି ରଖାଯାଇଥିବା ୨ କୋଟି ୯୦ ଲକ୍ଷ ଟଂକା ନଗଦ,୭ କିଲୋ ୨ ଶହ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ସୁନାର ବର୍ତ୍ତମାନର ମୂଲ୍ୟ ୧୧ କୋଟି ୧୬ ଲକ୍ଷ ଟଂକା ହେବ ବୋଲି କୁହାଯାଇଛି।

ସେହିପରି ଦନ୍ତେୱାଡ଼ାଜିଲ୍ଲାରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଏମାନେ ପୁଲିସକୁ ୮ଟି ଏସଏଲଆର ବନ୍ଧୁକ ହସ୍ତାନ୍ତର କରିଛନ୍ତି। ସୁକମା ଜିଲ୍ଲା ପୁଲିସ ନିକଟରେ ୨ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଗୋଟିଏ ଏଲଏମଜି, ୨ଟି ଏକେ-୪୭ ଏବଂ ୧୦ ଲକ୍ଷ ନଗଦ ଟଙ୍କା ପୁଲିସକୁ ହସ୍ତାନ୍ତର କରିଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଜଣେ ନକ୍ସଲ ଗୋଟିଏ ଏଲ୍‌ଏମ୍‌ଜି ନେଇ ଆତ୍ମସମର୍ପଣ କରିଛି।

 

 

 

ସୌଜନ୍ୟ ସମ୍ବାଦ

Exit mobile version