Marichi kunda Water: ପୂରଣ ହେବ ମନୋସ୍କାମନା, ପାଣିରେ ଗାଧୋଇଲେ ଅପୁତ୍ରିକକୁ ମିଳିବ ପୁତ୍ର

ମୁକ୍ତେଶ୍ୱର ମନ୍ଦିର ମରିଚି କୁଣ୍ଡ ପାଣି ନିଲାମ । କେତେ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି । ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍ର ବିଶ୍ଵାଳ ନେଲେ ପ୍ରଥମ ନିଲାମ । ବିଶ୍ୱାସ ରହିଛି ଏହି ପାଣିରେ ଗାଧୋଇଲେ ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରନ୍ତି..

ଭୁବନେଶ୍ୱର: ନିଲାମ ହୋଇଛି ମରିଚି କୁଣ୍ଡ ପାଣି । ୭୦୦୧ ଟଙ୍କାରେ ନିଲାମ ହୋଇଛି ପାଣି । ଆଉ ଏହି ପାଣିକୁ କିଣିଛନ୍ତି ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍ର ବିଶ୍ଵାଳ । ଜିତେନ୍ଦ୍ର ନେଲେ ପ୍ରଥମ ନିଲାମ । ବିଶ୍ୱାସ ରହିଛି ଏହି ପାଣିରେ ଗାଧୋଇଲେ ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରନ୍ତି । ପୂର୍ବରୁ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ପାଣି ନିଲାମ ହେଉଥିଲା ବେଳେ ଗତ ଦୁଇ ବର୍ଷ ହେବ ନିଲାମ ଧାରୀଙ୍କ ସଂଖ୍ୟା କମିଥିବାରୁ ଗତବର୍ଷ ୧୧ ହଜାର ପାଣି ନିଲାମ ଘୋଷଣା କରାଯାଇଥିଲା ବେଳେ ଏଥର ମାତ୍ର ୭୦୦୧ ଟଙ୍କାରେ ପ୍ରଥମ ନିଲାମ ଘୋଷଣା କରାଯାଇଥିଲା।

ଅପୁତ୍ରିକ ପାଏ ପୁତ୍ର:

ବଂଶରକ୍ଷା ନିମନ୍ତେ ପୁତ୍ର ସନ୍ତାନଟିଏ ସମସ୍ତଙ୍କର ଲୋଡ଼ା । ତେବେ ଏଥିରୁ ବଞ୍ଚିତ ହେଉଥିବା ଦମ୍ପତିମାନେ ନାନା ଓଷା, ବ୍ରତ, ଉପବାସ ଆଉ ମାନସିକ ରଖିଥାନ୍ତି । ଅନେକ କ୍ଷେତ୍ରରେ ସେମାନେ ନିଷ୍ଠାର ସହ ଈଶ୍ୱରଙ୍କ ପୂଜା କରି ସଫଳ ହୋଇଥାନ୍ତି । ସେହିପରି ଏକାମ୍ର କ୍ଷେତ୍ରର ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ମରିଚି କୁଣ୍ଡର ପାଣିକୁ ଗାଧୋଇବା ପରେ ପୁତ୍ରସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ବୁଧବାର ବହୁ ନିଃସନ୍ତାନ ଦମ୍ପତି ସନ୍ତାନ ଆଶାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ମରିଚ କୁଣ୍ଡ ପାଣି ନିଲାମ ନେବାକୁ ଜମା ହୋଇଥିଲେ । ତେବେ ରାତି ୨ଟା ପର୍ଯ୍ୟନ୍ତ ପ୍ରଥମ କଳସ ପାଣି ନିଲାମ ହୋଇପାରିନଥିଲା ।

ବିଳମ୍ୱିତ ରାତିରେ ନିଲାମ

ଶ୍ରଦ୍ଧାଳୁ ମହିଳାମାନେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠାରେ ନଡ଼ିଆ, ଗୁଆ, ଧୂପ ଓ ଚାଉଳ ସଂକଳ୍ପ କରାଇ ବର୍ଷକ ଲାଗି ଆଜ୍ଞା ପ୍ରସାଦ ପାଇ ମରିଚି କୁଣ୍ଡ ପାଣି ନିଲାମରେ ଅଂଶ ଗ୍ରହଣ କରିଥିଲେ । ଆଜିର ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ରୁକୁଣା ରଥ ପ୍ରତିଷ୍ଠା ଲାଗି ଏଠାରୁ ପ୍ରଥମ କଳସ ପାଣି ଯାଇଥିଲା । ଏହା ପରେ ବଡୁ ନିଯୋଗ ତରଫରୁ ଆୟୋଜିତ ନିଲାମରେ ପ୍ରଥମ କଳସ, ଦ୍ୱିତୀୟ କଳସ ଏହିପରି ସମସ୍ତ ଦମ୍ପତି ନିଲାମର କ୍ରମ ଦର ଅନୁସାରେ ପାଣି କଳସ ସଂଗ୍ରହ ପାଇଁ ଅପେକ୍ଷା କରିଥିଲେ । ରାତି ୧୨ଟା ବେଳେ ପ୍ରଥମ କଳସ ପାଣି ପାଇଁ ୧୫ ହଜାର ଡାକ ହୋଇଥିଲା ।

କାହିଁକି ଖସିଲା ଦାମ୍ ?

ତେବେ ଏହାକୁ କେହି ନେବାକୁ ରାଜି ହୋଇ ନ ଥିଲେ । ରାତି ୧ ଟା ବେଳେ ଏହା ୧୧ ହଜାର ଟଙ୍କାକୁ ଖସିଥିଲା । ରାତି ୨ଟା ବାଜିଲା ତଥାପି କେହି ନିଲାମ ନେବାକୁ ଡାକି ନ ଥିଲେ । ସେହି ଜଳରେ ସେମାନେ ବିଧି ମତେ ଗାଧୋଇଥାନ୍ତି ବୋଲି ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ସୂଚନା ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ସହଯୋଗ କରିଥିଲେ ଶିବ ସେନାପତି । ଏହି ସ୍ଥାନରେ ଗାଧୋଇବା ଲାଗି ବିଏମ୍ସି ତରଫରୁ ଅସ୍ଥାୟୀ ଗାଧୁଆ ଘରନିର୍ମାଣ କରାଯାଇଥିଲା । ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ ପୁଲିସ ମୁତୟନ କରାଯାଇଥିଲା ।

 

 

 

ସୌଜନ୍ୟ Prameya News7

Exit mobile version