ରାଜ୍ୟ

Mayurbhanj girl: ରକ୍ତହୀନତା କବଳରେ ମୟୂରଭଞ୍ଜର କିଶୋରୀ! ଭବିଷ୍ୟତରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତା

ମୟୂରଭଞ୍ଜରେ କିଶୋରୀ ଓ ବାଳିକାଙ୍କ ମଧ୍ୟରେ ରକ୍ତହୀନତା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ପୋଷଣଯୁକ୍ତ ଖାଦ୍ୟର ଅଭାବ ଏବଂ ଦୁର୍ଗମ ଅଞ୍ଚଳରେ ସୀମିତ ସ୍ୱାସ୍ଥ୍ୟସେବା ଏମିତି ସ୍ଥିତି ପଛର କାରଣ ସାଜିଛି। ବିଭିନ୍ନ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି।

ବାଲେଶ୍ବର: ମୟୂରଭଞ୍ଜରେ କିଶୋରୀ ଓ ବାଳିକାଙ୍କ ମଧ୍ୟରେ ରକ୍ତହୀନତା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ପୋଷଣଯୁକ୍ତ ଖାଦ୍ୟର ଅଭାବ ଏବଂ ଦୁର୍ଗମ ଅଞ୍ଚଳରେ ସୀମିତ ସ୍ୱାସ୍ଥ୍ୟସେବା ଏମିତି ସ୍ଥିତି ପଛର କାରଣ ସାଜିଛି। ବିଭିନ୍ନ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନେ କହିଛନ୍ତି, ଭବିଷ୍ୟତରେ ରକ୍ତହୀନତାର ପ୍ରଭାବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ। ୨୦୨୫ରେ ଓଡ଼ିଶାରେ ‘ରକ୍ତହୀନତା ମୁକ୍ତ ଭାରତ’ କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ୍‌ଭିତ୍ତିକ ସ୍କ୍ରିନିଂ ଅଭିଯାନ ଚାଲିଥିଲା। ଗୋଟିଏ ଶିବିରରେ ୧୧୫ ଜଣ ଝିଅଙ୍କ ହେମୋଗ୍ଲୋବିନ୍‌ ପରୀକ୍ଷା କରାଯାଇଥିବା ବେଳେ ୩୬ ଜଣ ରକ୍ତହୀନତାର ଶିକାର ବୋଲି ଜଣାପଡ଼ିଥିଲା। ଯାହା ରାଜ୍ୟରେ କିଶୋରୀ ଓ ବାଳିକାଙ୍କ ମଧ୍ୟରେ ରକ୍ତହୀନତାକୁ ନେଇ ଥିବା ଗମ୍ଭୀରତାକୁ ପ୍ରମାଣିତ କରୁଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ମୟୀ ଉଦ୍‌ଗାତା, ନମିତାରାଣୀ ବେହେରା, ବିଆର୍ ଆଭା ଆୟୁଷି ଓ ମୋନାଲିସା ମୁଣ୍ଡା ମୟୂରଭଞ୍ଜରେ ୧୦ରୁ ୧୩ ବର୍ଷ ବୟସର ୬୦ ଜଣ ସ୍କୁଲ୍ ଛାତ୍ରୀଙ୍କୁ ନେଇ ଏକ ଗବେଷଣା କରିଥିଲେ। ଜଣାପଡ଼ିଥିଲା, ୫୬.୬୬ ପ୍ରତିଶତ ଛାତ୍ରୀ ସାଧାରଣ ଓଜନଠାରୁ କମ୍ ଓଜନର ରହିଥିଲେ। ସେମାନଙ୍କ ଦୈନିକ ଖାଦ୍ୟରେ ଲୌହର ପରିମାଣ ଆବଶ୍ୟକତାଠାରୁ ହାରାହାରି ୧.୯୭ ମିଲିଗ୍ରାମ୍‌ କମ୍ ଥିବାବେଳେ କ୍ୟାଲ୍‌ସିୟମ୍‌ ପ୍ରାୟ ୨୨୦.୭୮ ମିଲିଗ୍ରାମ୍‌ କମ୍‌ ରହିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button