ଖେଳ

Mbappe: ଏମ୍‌ବାପେଙ୍କ ହ୍ୟାଟ୍ରିକରେ୍‌ ରିଅଲ୍‌ ମାଦ୍ରିଦ୍‌ ବିଜୟୀ

କିଲିଆନ୍‌ ଏମ୍‌ବାପେଙ୍କ ହ୍ୟାଟ୍ରିକ୍‌ ବଳରେ ଚଳିତ ଲାଲିଗା ଋତୁରେ ରିଅଲ୍‌ ମାଦ୍ରିଦ୍‌ ଘରୋଇ ପଡ଼ିଆରେ ପ୍ରଥମ ବିଜୟ ପାଇଛି। ତାଙ୍କର ଏହି ଗୋଲ୍‌ ବଳରେ ରିଅଲ୍‌ ମାଦ୍ରିଦ ୪-୧ ଗୋଲ୍‌ରେ ରିଅଲ୍‌ ସୋସିଓଦାଦ୍‌କୁ ପରାସ୍ତ କରିଛି।

ସାଣ୍ଟିଆଗୋ ବର୍ଣ୍ଣାବିଉ: କିଲିଆନ୍‌ ଏମ୍‌ବାପେଙ୍କ ହ୍ୟାଟ୍ରିକ୍‌ ବଳରେ ଚଳିତ ଲାଲିଗା ଋତୁରେ ରିଅଲ୍‌ ମାଦ୍ରିଦ୍‌ ଘରୋଇ ପଡ଼ିଆରେ ପ୍ରଥମ ବିଜୟ ପାଇଛି। ତାଙ୍କର ଏହି ଗୋଲ୍‌ ବଳରେ ରିଅଲ୍‌ ମାଦ୍ରିଦ ୪-୧ ଗୋଲ୍‌ରେ ରିଅଲ୍‌ ସୋସିଓଦାଦ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ଏମ୍‌ବାପେଙ୍କ ଗୋଲ୍‌ରେ ରିଅଲ୍‌ ମାଦ୍ରିଦ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।

ଏମ୍‌ବାପେଙ୍କ ବ୍ୟାକ୍ତିଗତ ହ୍ୟାଟ୍ରିକ୍‌ ସଫଳ

ଏହାର ୪ ମିନିଟ୍‌ ପରେ ଲୁକା ସୁସିକ୍‌ (୪୪ ମିନିଟ୍‌) ଗୋଲ୍‌ ଦେଇ ପ୍ରଥମାର୍ଦ୍ଧରେ ସ୍ଥିତି ୧-୧ କରିଥିଲେ। ଦ୍ବିତୀୟାର୍ଦ୍ଧକୁ ମାଦ୍ରିଦ୍‌ ପୂରା ନିଜ ନିୟନ୍ତ୍ରଣରେ ରଖିଥିଲା। ୬୦ତମ ମିନିଟ୍‌ରେ ଏମ୍‌ବାପେ ଏବଂ ୬୮ତମ ମିନିଟ୍‌ରେ ଭିନିସିଅସ୍‌ ଜୁନିୟର ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ୩-୧ରେ ଦଳକୁ ଆଗରେ ରଖିଥିଲେ। ‌୮୦ତମ ମିନିଟ୍‌ରେ ଏମ୍‌ବାପେ ବ୍ୟାକ୍ତିଗତ ହ୍ୟାଟ୍ରିକ୍‌ ସଫଳତା ପାଇବା ସହ ଦଳକୁ ୪-୧ରେ ବିଜୟ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button