ଖେଳ

Men’s Hockey World Cup: କେହି କାହାକୁ କମ୍‌ ନଥିଲେ…ଅସଲ ଗେମ୍‌ ଖେଳି ଟ୍ରଫି ଜିତିଲା ଜର୍ମାନୀ, ସ୍ପେନ୍ ସ୍ବପ୍ନ ଚୁରମାର୍

ନୂଆଦିଲ୍ଲୀ,୩୧/୦୮: ଜର୍ମାନୀ ପୁରୁଷ ହକି  ବିଶ୍ୱକପ୍‌ରେ ଟାଇଟଲ ବଜାୟ  ରଖିଛି । ରବିବାର ଖେଳାଯାଇଥିବା ଫାଇନାଲରେ ଦଳ  ୧-୦ ଗୋଲରେ ସ୍ପେନକୁ ପରାଜିତ କରିଥିଲା । ବ୍ରୋଞ୍ଜ ପଦକ ଲଢ଼େଇରେ  ଆର୍ଜେଣ୍ଟିନା ୨-୧ ଗୋଲରେ  ନେଦରଲାଣ୍ଡସକୁ ହରାଇଥିଲା ।   ଫାଇନାଲ ଡିଫେଣ୍ଡିଂ ଚାମ୍ପିଅନ ଜର୍ମାନୀ ଓ  ସ୍ପେନ ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ  ହୋଇଥିଲା । ଉଭୟ ଦଳ କେହି କାହାକୁ ଊଣା ନଥିଲେ । ଆକ୍ରମଣ ଓ  ପ୍ରତି ଆକ୍ରମଣ ମଧ୍ୟରେ ଖେଳ ବେଶ  ଚିତାକର୍ଷକ ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ  ରହିଥିଲା ।

ତୃତୀୟ କ୍ୱାର୍ଟରରେ ମଧ୍ୟ ସମାନ  ଖେଳ ଦେଖିବାକୁ ମିଳିଥିଲା । ମାତ୍ର  ଏହି କ୍ୱାର୍ଟର ଗୋଟିଏ ମିନିଟ ଶେଷ  ହେବା ପୂର୍ବରୁ ଜର୍ମାନୀର ମିଚେଲ  ଷ୍ଟ୍ରୁଥଅଫ ଏକ ଚମତ୍କାର ଫିଲ୍ଡ ଗୋଲ  ଦେଇଥିଲେ । ୧-୦ ଗୋଲରେ ଦଳ  ଅଗ୍ରଣୀ ଲାଭ କରିଥିଲା । ଅନ୍ତିମ  କ୍ୱାର୍ଟରରେ ସ୍ପେନ ସ୍ଥିତି ବରାବର କରିବା  ନେଇ ବହୁ ପ୍ରୟାସ କରିଥିଲା । କିନ୍ତୁ ସଫଳ ହୋଇ ପାରିନଲା । ଗୋଟିଏ  ଗୋଲରେ ଅଗ୍ରଣୀ ସହ ଶେଷରେ  ଜର୍ମାନୀ ବିଜୟୀ ହୋଇଥିଲା ।  ଏହାକୁ ମିଶାଇ ଜର୍ମାନୀ  ବିଶ୍ୱକପ୍‌ରେ ଚତୁର୍ଥ ଟାଇଟଲ ହାସଲ କରି ପାକିସ୍ତାନ ସହ ସମକକ୍ଷ ହୋଇଛି ।  ପୂର୍ବରୁ ଦଳ ୨୦୨୩, ୨୦୦୬ ଓ  ୨୦୦୨ରେ ଚାମ୍ପିଅନ ହୋଇଥିଲା । ଏଥର ବି ଟାଇଟଲ୍ ବଜାୟ ରଖିଛି ଜର୍ମାନୀ । ହକି ବିଶ୍ୱକପରେ ମହିଳା ଭାରତୀୟ ଦଳ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଭାରତ ଅଷ୍ଟମ ସ୍ଥାନରେ ରହିଥିଲା । ମହିଳା ହକି ବିଶ୍ୱକପ ବିଜୟ ମୁକୁଟ ପିନ୍ଧିଥିଲା ଆର୍ଜେଣ୍ଟିନା । ୯  ଥରର ଚାମ୍ପିଅନ୍ ନେଦରଲାଣ୍ଡସକୁ ପେନାଲ୍ଟି ସୁଟ୍ ଆଉଟ୍‌ରେ ଦେଇଥିଲା ମାତ୍ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button