ଦୁବାଇ : ୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧ ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ୩୬ ରନ ଓ ବୈଭବ ସୂର୍ଯ୍ୟବଂଶୀ ୨୬ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ । ଏପରିକି ଭାରତର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଂକ ଛୁଇଁପାରିନଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ ସମୀର ମିନହାନସଙ୍କ ବିସ୍ଫୋରକ ୧୭୨ ରନ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୭ ରନ କରିଥିଲା । ସେହିପରି ଅହମ୍ମଦ ହୁସେନ ୫୬ ରନ କରିଥିଲେ ଓ ଫରହାଦ ୟୁସୁଫ ୧୯ ରନ କରିଥିଲେ । ଭାରତ ପକ୍ଷରୁ ଦିପେଶ ଦେବେନ୍ଦ୍ରନ ୩ଟି ଓ ଖୁଲଣ୍ଡ ପଟେଲ ୨ଟି ଓ୍ବିକେଟ ନେଇଥିଲେ ।
ସୌଜନ୍ୟ ସମ୍ବାଦ
