ମେସି ତାଙ୍କୁ ନିଜ ହାତରେ ନିଜ ବିଶ୍ବକପ୍ବିଜୟ ଜର୍ସିକୁ ଉପହାର ଦେଇଥିଲେ। ଏହି ଜର୍ସିରେ ମେସିଙ୍କ ଦସ୍ତଖତ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇର ଏହି ଭବ୍ୟ କାର୍ଯ୍ୟକ୍ରମ ପରେ ସୋମବାର ମେସି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ତା’ ଛଡ଼ା ସେ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି, ଏନ୍‌ସିପି ନେତା ତଥା ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘର ପୂର୍ବତନ ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ।