MGNAREGA: ୨ବର୍ଷ ହେବ ୨୩୧୩୮ ପ୍ରକଳ୍ପର ସରୁନି ନିର୍ମାଣ

ନିଜ ଗ୍ରାମରେ ତଥା ନିଜ ଅଂଚଳର ବିକାଶରେ ଭାଗିଧାରୀ କରାଇ ଦାଦନ ‌ରୋକିବା ଏମନରେଗାର ପ୍ରମୁଖ ଲକ୍ଷ୍ୟ ରହିଥିଲ। ଗାଁରେ ହିଁ ଶହେ ଦିନର କାମ ଦେବାକୁ ଆରମ୍ଭ ହୋଇଥିଲା ଆଇନ ସହ ଯୋଜନା। ଏହି ଯୋଜନାରେ ଦାଦନ ରୋକିବାରେ ଶତପ୍ରତିଶତ ସଫଳତା ମିଳିନି।

ନବରଙ୍ଗପୁର (ସୁରେଶ ନାଇଡୁ): ନିଜ ଗ୍ରାମରେ ତଥା ନିଜ ଅଂଚଳର ବିକାଶରେ ଭାଗିଧାରୀ କରାଇ ଦାଦନ ‌ରୋକିବା ଏମନରେଗାର ପ୍ରମୁଖ ଲକ୍ଷ୍ୟ ରହିଥିଲ। ଗାଁରେ ହିଁ ଶହେ ଦିନର କାମ ଦେବାକୁ ଆରମ୍ଭ ହୋଇଥିଲା ଆଇନ ସହ ଯୋଜନା। ଏହି ଯୋଜନାରେ ଦାଦନ ରୋକିବାରେ ଶତପ୍ରତିଶତ ସଫଳତା ମିଳିନି। ଧାର୍ଯ୍ୟ ପ୍ରକଳ୍ପ ସାରିବାରେ ବି ମନ୍ଥରତାରେ ଚାଳିଛି। ୨୩୧୩୮ଟି ପ୍ରକଳ୍ପ ବିଭିନ୍ନ ବିଭାଗରେ ୨୦୨୩-୨୪ରୁ ଅର୍ଦ୍ଧପନ୍ତରିଆ ଭାବେ ମନ୍ଥର ଗତିରେ ନିର୍ମାଣ ଚାଳିଛି।

ନବରଂଗପୁର ଜିଲ୍ଲାର ୧୦ଟି ବ୍ଲକରେ ୨୭୦୨ପ୍ରକଳ୍ପରେ ଆରମ୍ଭରୁ ଖର୍ଚ୍ଚ ଶୁନ ରହିଛି। ୧୩ଟିରେ କଂଚାମାଲ, ୫ପ୍ରତିଶତରୁ କମ୍ ୧୬୪୩ଟି, ୭୫ରୁ ୧୦୦ପ୍ରତିଶତ ଖର୍ଚ୍ଚ ୬୯୫୧ ପ୍ରକଳ୍ପ, ଶହେ ପ୍ରତିଶତ ଖର୍ଚ୍ଚ କରି ୩୪ଟି ପ୍ରକଳ୍ପରେ କାମ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ସର୍ବାଧିକ ଦାଦନ ପ୍ରବଣ ବ୍ଲକ ଝରିଗାଁରେ ସର୍ବାଧିକ ପ୍ରକଳ୍ପ ୩୭୦୩ଟି ପ୍ରକଳ୍ପ ଓ ପାପାଡାହାଣ୍ଡି ବ୍ଲକରେ ୨୫୧୯ର ନିର୍ମାଣ ସରିପାରିନି। ଉମରକୋଟ ବ୍ଲକରେ ୨୮୮୫,ରାଇଘର ବ୍ଲକରେ ୨୮୩୮, ଚନ୍ଦାହାଣ୍ଡି ବ୍ଲକରେ ୨୬୫୭,କୋଷାଗୁମୁଡା ବ୍ଲକରେ ୨୪୭୬, ତେନ୍ତୁଳିଖୁଣ୍ଟି ବ୍ଲକରେ ୨୧୯୮,ଡାବୁଗାଁ ବ୍ଲକରେ ୧୫୧୨, ନବରଙ୍ଗପୁର ବ୍ଲକରେ ୧୪୫୧, ନନ୍ଦାହାଣ୍ଡି ବ୍ଲକରେ ୮୯୯ଟି  ପ୍ରକଳ୍ପର ନିର୍ମାଣ କାମ  ଅର୍ଦ୍ଦପନ୍ତରିଆ ଭାବେ ଲଟକିଛି।

ଏମ‌ଜିନରେଗା ଅଧିନ‌ିୟମରେ କରାଯାଉଥିବା ପ୍ରକଳ୍ପ ଗୁଡିକ ଏନଆରଏମ୍ ମାର୍ଗଦର୍ଶିକା ଅନୁଯାୟୀ କରାଯାଉଛି। ଏଥିରେ ପ୍ରାକୃତିକ ସମ୍ପଦ ଚେକ୍ ଡ୍ୟାମ, ଜଳଅମଳ, ପୋଖରୀ, ଜମିରେ ଷ୍ଟ୍ରେଂଚ, ବର୍ଷା ଜଳ ସଂଚୟ, ମୃତ୍ତିକା ସ୍ବାସ୍ଥ୍ୟର ସୁରକ୍ଷା, ଜଳଛାୟାର ବିକାଶ, ବନୀକରଣ ସହ  କୃଷି ଏବଂ ଜଳ ସୁରକ୍ଷାକୁ ସମର୍ଥନ କରୁଥିବା ସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କରିବା ପ୍ରକଳ୍ପ  ରହିଛି। ଏଥିରେ ସର୍ବାଗ୍ରେ ପାପାଡାହାଣ୍ଡି ବ୍ଲକ ୮୮ପ୍ରତିଶତ ଓ ଚନ୍ଦାହାଣ୍ଡି ସର୍ବନିମ୍ନ ୪୩ପ୍ରତିଶତ ଏଭଳି ଜିଲ୍ଲାରେ ୭୧.୫୦ପ୍ରତିଶତ  ରହିଛି।

ଉତ୍ପାଦକ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ

ଦାୟିତ୍ୱ, ସ୍ୱଚ୍ଛତା ଏବଂ ସମ୍ପତ୍ତି/କାର୍ଯ୍ୟ ଜରିଆରେ ପଞ୍ଚାୟତ ମାଧ୍ୟମରେ ସାମୁଦାୟିକ ସଶକ୍ତୀକରଣ ଏବଂ ଉତ୍ପାଦକ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରେ। ସ୍ୱଚ୍ଛତା ପାଇଁ ସାମାଜିକ ଅଡିଟ୍ ସହିତ ପରିଚାଳିତ ରାସ୍ତା ଏବଂ ଜଳଭଣ୍ଡାର ଭଳି ଗ୍ରାମୀଣ ସମ୍ପତ୍ତି ନିର୍ମାଣରେ ଗରିବ ଲୋକଙ୍କୁ ସାମିଲ କରି ଆୟ, ମର୍ଯ୍ୟାଦା ଏବଂ ସ୍ଥାୟୀ ବିକାଶ ସୁନିଶ୍ଚିତ କରି୧୦୦ ଦିନର ଅଣକୁଶଳୀ କାର୍ଯ୍ୟର ଗ୍ୟାରେଣ୍ଟି ଦେଇଥାଏ। ଏହାକୁ ନେଇ ମନରେଗା ଅଧିନିୟମରେ  ଏଏଏ ବୋଲି ତଦାରଖ କରାଯାଉଛି। ଏଥିରେ ୬୦ପ୍ରତିଶତ ଆବଶ୍ୟକତା ଥିବାବେଳେ ଜିଲ୍ଲାରେ ୨୯.୮୩ପ୍ରତିଶତ ରହିଛି। ଏଥିରେ ସର୍ବାଧିକ ପାପଡାହାଣ୍ଡି ବ୍ଲକ ୫୪.୬୨ ପ୍ରତିଶତ ରହିଥିବା ବେଳେ ସର୍ବନିମ୍ନ ଡାବୁଗାଁ ବ୍ଲକ ୧୧.୪୪ପ୍ରତିଶତ ରହିଛି।

ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା

ସେହିପରି ଚନ୍ଦାହାଣ୍ଡି ୧୪, ଝରିଗାଁ ୧୫,୮୫, କୋଷାଗୁମୁଡା ୩୯.୫୦, ନବରଙ୍ଗପୁର ୪୬.୪୩, ନନ୍ଦାହାଣ୍ଡି ୨୧.୫୬, ରାଇଘର ୨୭.୧୭, ତେନ୍ତୁଳିଖୁଣ୍ଟି ୨୪.୫୪ ଓଉମରକୋଟ ୨୮.୭୩ ପ୍ରତିଶତ ରହିଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଏହି ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପ୍ରତ୍ୟେକ ମାସରେ କରି ଅଗ୍ରଗତି ହେଉନଥିବାରୁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ(ସିଡିଏଓ) ବିରଞ୍ଚି ନାରାୟଣ ଦରୱାନ ଓ ବିଡିଓଙ୍କ ଉପରେ ବିଗଡ଼ିବା ସହ କଡା ତାଗିଦ୍ କରିଥିଲେ। ସଡିଏଓ ମଧ୍ୟ ବିଡିଓ, ଏମନରେଗା ଏପିଓ, ନିର୍ବାହୀଯନ୍ତ୍ରୀ, କନିଷ୍ଠଯନ୍ତ୍ରୀଙ୍କ ଉପରେ ବିଗିଡ଼ିବା ସହ ଦରମା ବନ୍ଦ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାର ଭୟ ବି ଦେଖାଇ ସାରିଛନ୍ତି। ତେବେ ଏହି ସ୍ଥିତି ନୂଆ ଯୋଜନା ଲାଗୁ ହେବା ପରେ ସୁଧିରିବ କି ବୋଲି ପ୍ରଶ୍ନ ଉଠିଛି।

ସୌଜନ୍ୟ ସମ୍ବାଦ

Exit mobile version