Middle East War: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ଇରାନ ଉପରେ ଆକ୍ରମଣ ତ୍ରୀବ୍ର

ମଧ୍ୟପ୍ରାଚ୍ୟରେ ସାମରିକ ଅଭିଯାନକୁ ଜୋରଦାର କରିଛି ଇସ୍ରାଏଲ। ତେହେରାନ, ଇସଫାହାନ ଓ ଦକ୍ଷିଣ ଇରାନ ଉପରେ ଏହାର ଆକ୍ରମଣକୁ ବ୍ୟାପକ କରିଛି। ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏ ନେଇ ଏକ ବିବୃତି ଜାରି କରିଛି।

ତେହେରାନ: ମଧ୍ୟପ୍ରାଚ୍ୟରେ ସାମରିକ ଅଭିଯାନକୁ ଜୋରଦାର କରିଛି ଇସ୍ରାଏଲ। ତେହେରାନ, ଇସଫାହାନ ଓ ଦକ୍ଷିଣ ଇରାନ ଉପରେ ଏହାର ଆକ୍ରମଣକୁ ବ୍ୟାପକ କରିଛି। ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏ ନେଇ ଏକ ବିବୃତି ଜାରି କରିଛି। ତୈଳଭଣ୍ଡାରଗୁଡ଼ିକୁ ଟାର୍ଗେଟ୍‌ କରି ଇସ୍ରାଏଲ ଲଗାତାର ଆକ୍ରମଣ ଜାରି ରଖିଥିବାରୁ ଇରାନରେ ଏବେ ବିନାଶକାରୀ ସ୍ଥିତି ଉପୁଜିଛି। ତୈଳଭଣ୍ଡାରରେ ଯେଉଁଭଳି ନିଆଁ ଜଳୁଛି ସେଥିରେ ରାତି ବି ଦିନ ହୋଇଯାଉଛି। ଇସ୍ରାଏଲ ଇରାନରେ ୩୦ରୁ ଅଧିକ ତୈଳଭଣ୍ଡାର ଉପରେ ଟାର୍ଗେଟ୍‌ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣଜନିତ ନିଆଁରୁ ୪
ଜଣଙ୍କର ମୃତ୍ୟୁ ହୋଇଛି।

ସୌଜନ୍ୟ ସମ୍ବାଦ

Exit mobile version