Mira Nair’s name in Epstein file: ଏପଷ୍ଟାଇନ ଫାଇଲରେ ମୀରା ନାୟରଙ୍କ ନାଁ, ଫିଲ୍ମ ପାର୍ଟିରେ ଅତିଥି ଥିଲେ ନ୍ୟୁୟର୍କ ମେୟରଙ୍କ ମା’

ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସଦ୍ୟ ପ୍ରକାଶିତ ଫାଇଲରେ ନ୍ୟୁୟର୍କ ମେୟର ଜୋହରାନ ମାମଦାନୀ ତଥା ଭାରତୀୟ ବଂଶୋଦ୍ଭବ ଫିଲ୍ମ ନିର୍ମାତା ମୀରା ନାୟରଙ୍କ ନାଁ ରହିଛି।

ୱାସିଂଟନଆମେରିକାର ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସଦ୍ୟ ପ୍ରକାଶିତ ଫାଇଲରେ ନ୍ୟୁୟର୍କ ମେୟର ଜୋହରାନ ମାମଦାନୀ ତଥା ଭାରତୀୟ ବଂଶୋଦ୍ଭବ ଫିଲ୍ମ ନିର୍ମାତା ମୀରା ନାୟରଙ୍କ ନାଁ ରହିଛି। ଏପଷ୍ଟାଇନଙ୍କ ସାଥୀ ଘିସଲେନ ମ୍ୟାକ୍ସୱେଲଙ୍କ ଘରେ ଚାଲିଥିବା ଏକ ଫିଲ୍ମ ପାର୍ଟିର ଅତିଥି ଭାବେ ମୀରାଙ୍କ ନାଁ ଏଥିରେ ରହିଛି। ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ଶୁକ୍ରବାର ଏପଷ୍ଟାଇନଙ୍କ ୩ ନିୟୁତରୁ ଅଧିକ ପୃଷ୍ଠା ସାର୍ବଜନୀନ କରାଯାଇଥିଲା।

ଇମେଲରେ ରହିଛି ମୀରାଙ୍କ ନାଁ

ଅକ୍ଟୋବର ୨୧, ୨୦୦୯ରେ ଦୋଷୀ ସାବ୍ୟସ୍ତ ଶିଶୁ ଯୌନ ଶୋଷଣକାରୀ ପେଗି ସିଗଲଙ୍କ ଦ୍ବାରା ଏପଷ୍ଟାଇନଙ୍କୁ ପଠାଯାଇଥିବା ଏକ ଇମେଲରେ ମୀରାଙ୍କ ନାଁ ରହିଥିଲା। ଏହାର ସ୍କ୍ରିନସଟ୍‌ ନ୍ୟାୟ ବିଭାଗ ଗତକାଲି ପ୍ରକାଶ କରିଥିଲା। ଏହି ଇମେଲର ଶୀର୍ଷକ ତଥା ବିଷୟ ସମ୍ପର୍କରେ ପ୍ରକାଶ କରାଯାଇ ନଥିବାବେଳେ ଫିଲ୍ମ ପାର୍ଟି ପରେ ଘିସ୍‌ଲେନ୍‌ ଟାଉନସିପ୍‌ ଛାଡ଼ୁଛି। ବିଲ୍‌ କ୍ଲିଣ୍ଟନ ଓ ଜେଫ୍ ବେଜୋସ୍‌ ସେହି ପାର୍ଟିରେ ଥିଲେ। ଜିନ୍‌ ପିଗୋଜି, ନିର୍ଦ୍ଦେଶକ ମୀରା ନାୟର ମଧ୍ୟ ଥିଲେ ବୋଲି ଉଲ୍ଲେଖ ରହିଛି। ଏପଷ୍ଟାଇନ ଫାଇଲରେ ନାଁ ଆସିବାର ଅର୍ଥ ନୁହେଁ କି ଏହା କିଛି ଭୁଲ୍‌ କରିଥିବାର ସଙ୍କେତ। ଯୌନ ଚାଲାଣ ମାମଲାର ବିଚାର ପାଇଁ ଅପେକ୍ଷା କରି କରି ଏପଷ୍ଟାଇନ୍‌ଙ୍କର ଜେଲରେ ୨୦୧୯ରେ ମୃତ୍ୟୁ ହୋଇଥିଲା।

ଇମେଲର ସ୍କ୍ରିନସଟ୍‌ରେ କିଛି ଉଲ୍ଲେଖ ନଥିଲେ ମଧ୍ୟ ଅନେକ ରିପୋର୍ଟ ଅନୁଯାୟୀ, ଏହି ପାର୍ଟି ୨୦୦୯ରେ ଆସିଥିବା ମୀରା ନାୟର୍‌ଙ୍କ ଚଳଚ୍ଚିତ୍ର ‘ଆମେଲିଆ’ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି। ଏଥିରେ ହିଲାରୀ ସ୍ବାଙ୍କ ଓ ରିଚାର୍ଡ଼ ଗେରେଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ମୀରା ‘ମନ୍‌ସୁନ୍‌ ୱେଡିଂ’, ‘ସଲାମ ବମ୍ବେ’ ଓ ‘ମିସିସିପି ମସାଲା’ ପରି ଫିଲ୍ମ ପାଇଁ ଦେଶ ବିଦେଶରେ ପ୍ରଶଂସା ସାଉଣ୍ଟି ଥିଲେ। ତେବେ ଏପଷ୍ଟାଇନ୍‌ ଫାଇଲରେ ମୀରାଙ୍କ ନାଁ ଆସିବାକୁ ‌ନେଇ ନ୍ୟୁୟର୍କ ମେୟର ମାମଦାନୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ସୌଜନ୍ୟ ସମ୍ବାଦ

Exit mobile version