ଦେଶ ବିଦେଶ

Missing: ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ: ଏମ୍‌ଇଏ

ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏହି ଘଟଣାରେ ୩ ଜଣ ଭାରତୀୟ ନିଖୋଜ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅପରେସନ୍‌ ଜାରି...

ନୂଆଦିଲ୍ଲୀ: ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ଏହି ଘଟଣାରେ ୩ ଜଣ ଭାରତୀୟ ନିଖୋଜ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବାପାଇଁ ଅପରେସନ୍‌ ଜାରି ରହିଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରନଧୀର ଜୈସ୍ବାଲ କହିଛନ୍ତି।

ଆକ୍ରମଣ ସମୟରେ ସେଟ୍ଟେବେଲ୍ଲୋରେ ୨୪ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ୩ ଜଣଙ୍କର କିଛି ପତ୍ତା ମିଳୁନି। ସେମାନଙ୍କୁ ଖୋଜି ବାହାର କରିବାପାଇଁ ଉଦ୍ୟମ ଜାରି ରହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଓମାନରେ ଆମ ଦୂତାବାସ ସ୍ଥିତିକୁ ଭଲଭାବେ ଯାଞ୍ଚ କରୁଛି ଏବଂ ଓମାନୀ କର୍ତ୍ତୃପକ୍ଷମାନଙ୍କ ସହ ସକ୍ରିୟ ସମନ୍ବୟ ରଖି ଉଦ୍ଧାର ଅପରେସନ୍‌ କରାଯାଉଛି।

ଭାରତ ଉକ୍ତ ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ କହିଛି ଏବଂ ଅଞ୍ଚଳରେ ବାରମ୍ବାର ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍‌ କରାଯିବା ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି। ଜାରି ରହିଥିବା ସଂଘର୍ଷଜନକ ସ୍ଥିତିର ସିଧାସଳଖ ଫଳ ସ୍ବରୂପ ଏହି ଅଞ୍ଚଳ‌ରେ ଜାହାଜ ଉପରେ ଆକ୍ରମଣ ଜାରି ରହିଛି। ତେଣୁ କୂଟନୈତିକ ଉପାୟରେ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଆମେ ଆମର ଦାବି ଦୋହରାଉଛୁ ବୋଲି ସେ କହିଛନ୍ତି। ଭାରତ କହିଛି ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଟାର୍ଗେଟ୍‌ ଆକ୍ରମଣ ବନ୍ଦ ହେବା ଉଚିତ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button