ଦେଶ ବିଦେଶ

War: ଦକ୍ଷିଣ ଲେବାନନରେ ଇସ୍ରାଏଲ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଲେବାନନରେ ଆଜି ଇସ୍ରାଏଲୀ ସେନାର ବିମାନ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଉପକୂଳ ସହର ସିଦୋନ ସମେତ ଇସ୍ରାଏଲ ଲେବାନନର ଅନେକ ପ୍ରମୁଖ ସହରରେ...

ତେଲ ଅଭିଭ: ଦକ୍ଷିଣ ଲେବାନନରେ ଆଜି ଇସ୍ରାଏଲୀ ସେନାର ବିମାନ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଉପକୂଳ ସହର ସିଦୋନ ସମେତ ଇସ୍ରାଏଲ ଲେବାନନର ଅନେକ ପ୍ରମୁଖ ସହରରେ ଆକ୍ରମଣ ଜାରି ରଖିଛି। ତାୟର ଦିବ୍ବାରେ ଇସ୍ରାଏଲ ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦେର କ୍ବାନନ୍‌ ଅଲ ନହରରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ‌

ତେବେ ତାୟରରେ ଇସ୍ରାଏଲ ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହେବାର ଦିନକ ପରେ ଇସ୍ରାଏଲ ପୁଣିଥରେ ଏହି ସଦ୍ୟ ଆକ୍ରମଣ କରିଛି। ଲେବାନନ୍‌ର କର୍ତ୍ତୃପକ୍ଷମାନେ କହିଛନ୍ତି ଯେ ମାର୍ଚ୍ଚ ମାସରେ ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବା ପରଠାରୁ ପାଖାପାଖି ୩,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି।

ମାର୍ଚ୍ଚ ୨ ତାରିଖରୁ ଇସ୍ରାଏଲ ଆକ୍ରମଣ ଯୋଗୁ ଲେବାନନରେ ୩,୬୯୬ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୧,୪୧୩ ଜଣ ଆହତ ହୋଇଛନ୍ତି। ସଂଘର୍ଷ ଯୋଗୁ ବାଧ୍ୟ ହୋଇ ୩ଟି ହସ୍ପିଟାଲ ବନ୍ଦ କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ଇତି ମଧ୍ୟରେ ଇସ୍ରାଏଲ ରାଷ୍ଟ୍ରପତି ଇସାକ ହେର‌ଜୋଗ ଲେବାନନ ରାଷ୍ଟ୍ରପତି ଜୋସେଫଙ୍କୁ ହେଜବୋଲ୍ଲା ମୁକ୍ତ ଲେବାନନ୍‌ ଦିଗରେ କାମ କରିବାପାଇଁ ଅନୁରୋଧ କରିଛନ୍ତି। ଏହାରି ଉପରେ ହିଁ ୨ ରାଷ୍ଟ୍ର ମଧ୍ୟରେ ଶାନ୍ତି ନିର୍ଭର କରୁଛି ବୋଲି ଇସ୍ରାଏଲ ରାଷ୍ଟ୍ରପତି କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button