ଦେଶ ବିଦେଶ

Modi-Netanyahu: ନେତାନ୍ୟାହୁଙ୍କ ସହିତ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ କ୍ୟାପ୍‌ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କୁ ଇସ୍ରାଏଲ୍‌ ଅତିଥି ଭାବେ ନିମନ୍ତ୍ରଣ କରିଛି। ୨୦୨୭ ମେ’ ୧୨ ତାରିଖରେ ଆୟୋଜନ ହେବାକୁ ଥିବା ଇସ୍ରାଏଲ୍‌ର ସ୍ବାଧୀନତା ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ କ୍ୟାପ୍‌ଟେନ୍‌ ସ୍ମିତ୍‌ ମଚ୍ଛାରଙ୍କୁ ଇସ୍ରାଏଲ୍‌ ଅତିଥି ଭାବେ ନିମନ୍ତ୍ରଣ କରିଛି। ୨୦୨୭ ମେ’ ୧୨ ତାରିଖରେ ଆୟୋଜନ ହେବାକୁ ଥିବା ଇସ୍ରାଏଲ୍‌ର ସ୍ବାଧୀନତା ଦିବସରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ଇସ୍ରାଏଲ୍‌ ସମକକ୍ଷ ଆଜି ଫୋନ୍‌ରେ କଥାବାର୍ତ୍ତା ହେଲା ପରେ ଏହା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ତାଙ୍କର ଭାରତର ସମକକ୍ଷ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲ୍‌ର ସ୍ବାଧୀନତା ଦିବସରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ଉଭୟ ନେତା ଭାରତ ଏବଂ ଇସ୍ରାଏଲ୍‌ର ସଂପର୍କ ନେଇ କଥାବାର୍ତ୍ତା କରିଥିଲେ। ନିଜର ସ୍ବତନ୍ତ୍ର ରଣନୀତିକୁ ଆହୁରି ଶକ୍ତିଶାଳୀ କରିବା ଉପରେ ଚର୍ଚ୍ଚା ମଧ୍ୟ କରିଥିଲେ। ଫୋନ୍‌ରେ ହୋଇଥିବା କଥାବାର୍ତ୍ତା ମଧ୍ୟପ୍ରାଚ୍ୟରେ ଜାରି ଥିବା ଉତ୍ତେଜନା ଏବଂ ଏହାର ସମାଧାନ ପ୍ରସଙ୍ଗ ମଧ୍ୟ ଥିଲା।

ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହୋଇପାରିବ: ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ କହିଥିଲେ ଯେ, ଆଲୋଚନା ଏବଂ କୁଟନୀତି ମାଧ୍ୟମରେ ଏହି ପ୍ରସଙ୍ଗ ସମାଧାନ ହୋଇପାରିବ। ଆଲୋଚନାର ଶେରେ ଉଭୟ ଭଲ ସଂପର୍କ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ନେତାନ୍ୟାହୁ କହିଥିଲେ, ଭାରତୀୟ ପାଇଲଟ ସ୍ମିତ୍‌ ମଚ୍ଛାରଙ୍କୁ ମଧ୍ୟ ଇସ୍ରାଏଲ୍‌ର ସ୍ବାଧୀନତା ଦିବସରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।

ସ୍ମିତ୍‌ ମଚ୍ଛାର କିଏ?
ସୂଚନାଯୋଗ୍ୟ, ଗତ ‌ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଅଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନ ‘ଏଫ୍‌ଜେଡ୍ ୧୦୭୩’ର କକ୍‌ପିଟ୍ ଭିତରେ ସ୍ମିତ୍‌ ମଚ୍ଛାରଙ୍କୁ ଆକ୍ରମଣ କରାଯାଇଥିଲା। ଏହି ବିମାନର ଓମାନୀ ନାଗରିକ ସହ-ପାଇଲଟ୍ ହମାମ୍‌, ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମଚ୍ଛାରଙ୍କୁ କକପିଟ୍‌ର ଜରୁରିକାଳୀନ କ୍ରାସ୍ ଛୁରୀ ସାହାଯ୍ୟରେ ଜଘନ୍ୟ ଆକ୍ରମଣ କରି ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ବିମାନଟି ସାଉଦି ଆରବର ତାବୁକଠାରେ ଜରୁରୀକାଳୀନ ସୁରକ୍ଷିତ ଅବତରଣ କରିଥିଲା। ସେହି ସମୟରେ ବିମାନରେ ୧୭୦ ଜଣ ଯାତ୍ରୀ ଥିଲେ। ସ୍ମିତ୍‌ ମଚ୍ଛାର ନିଜେ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଲଗାଇ ଯାତ୍ରୀମାନଙ୍କର ଜୀବନ ବଞ୍ଚାଇ ଦେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button