ଦେଶ ବିଦେଶ

Modi-Pejescian Meeting: ମୋଦୀ-ପେଜେସ୍କିଆନ୍‌ ସାକ୍ଷାତ୍ ପରେ ଭାରତ ସହ ସମ୍ପର୍କକୁ ପ୍ରଶଂସା କଲା ଇରାନ

ବଘାଇ କହିଛନ୍ତି ଯେ ଭାରତ-ଇରାନ ଆଲୋଚନାରେ ବିଭିନ୍ନ ପ୍ରସଙ୍ଗ ସହ ଚବାହାର ବନ୍ଦର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଗାମୀ ଦିନରେ ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାର୍ଥର ବିଷୟ ନେଇ ଆଲୋଚନା ଜାରି ରଖିବାର ସୁଯୋଗ ଭାବେ ଇରାନ ଦେଖୁଛି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧ରେ କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ ସହ ସାକ୍ଷାତ୍ କରିଥିଲେ । ଏହାର କିଛିଦିନ ପରେ ଇରାନ ଭାରତ ସହ ନିଜର ସମ୍ପର୍କକୁ ‘ଦୀର୍ଘକାଳୀନ, ଐତିହାସିକ ଓ ସଭ୍ୟତାଗତ’ ବୋଲି ବର୍ଣ୍ଣନା କରିଛି । ଇରାନୀ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି ଯେ ତେହେରାନ ଭାରତ ସହ ସମ୍ପର୍କକୁ ବେଶ୍‌ ଗୁରୁତ୍ୱ ଦେଉଛି ଏବଂ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ଭଲ ସମ୍ପର୍କ ରହିଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button