ଜୀବନଚର୍ଯ୍ୟା

Mother’s mental health affects: ମା’ର ମାନସିକ ସ୍ୱାସ୍ଥ୍ୟ ପିଲାର ସୁସ୍ଥତାକୁ ପ୍ରଭାବିତ କରେ

ଗର୍ଭାବସ୍ଥା ଓ ପ୍ରସବ ମହିଳାମାନଙ୍କ ଶରୀର, ମନ ଓ ଜୀବନରେ ପ୍ରମୁଖ ପରିବର୍ତ୍ତନ ଆଣିଥାଏ। ପ୍ରସବ ପରେ ହରମୋନ୍‌ ସ୍ତର (ବିଶେଷକରି ଇଷ୍ଟ୍ରୋଜେନ୍‌ ଏବଂ ପ୍ରୋଜେଷ୍ଟେରନ୍‌) ହଠାତ୍ ହ୍ରାସ ପାଏ। ଏହା ସେମାନଙ୍କ ମାନସିକ ସ୍ଥିତି ଓ ନିଦ୍ରାକୁ ପ୍ରଭାବିତ କରେ। ଶାରୀରିକ କ୍ଳାନ୍ତି....

‌ ଗର୍ଭଧାରଣ ପରେ ମହିଳାମାନେ କେବେ କେବେ ମାନସିକ ଭାବରେ ଅସୁସ୍ଥ ହେବା ଦେଖାଯାଏ। ଏହାର କାରଣ କ’ଣ?
ଗର୍ଭାବସ୍ଥା ଓ ପ୍ରସବ ମହିଳାମାନଙ୍କ ଶରୀର, ମନ ଓ ଜୀବନରେ ପ୍ରମୁଖ ପରିବର୍ତ୍ତନ ଆଣିଥାଏ। ପ୍ରସବ ପରେ ହରମୋନ୍‌ ସ୍ତର (ବିଶେଷକରି ଇଷ୍ଟ୍ରୋଜେନ୍‌ ଏବଂ ପ୍ରୋଜେଷ୍ଟେରନ୍‌) ହଠାତ୍ ହ୍ରାସ ପାଏ। ଏହା ସେମାନଙ୍କ ମାନସିକ ସ୍ଥିତି ଓ ନିଦ୍ରାକୁ ପ୍ରଭାବିତ କରେ। ଶାରୀରିକ କ୍ଳାନ୍ତି, ଯନ୍ତ୍ରଣା, ବିଶ୍ରାମର ଅଭାବ ଓ ନବଜାତ ଶିଶୁର ଯତ୍ନ ନେବାର ଚାହିଦା ଚାପକୁ ବୃଦ୍ଧି କରେ। ଭଲ ମା’ ହେବାର ଚାପ ସମେତ ଆର୍ଥିକ ଚାପ, ଦାୟିତ୍ୱ ସହିତ ଖାପ ଖୁଆଇବାର ଚାପ ଏବଂ ପୂର୍ବରୁ ଥିବା ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଭଳି କାରଣଗୁଡ଼ିକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

‌ ତେବେ ଏତେଗୁଡ଼ିଏ କାରଣ ମଧ୍ୟରୁ କେଉଁଟିକୁ ଆମେ ମୁଖ୍ୟ କହିବା
ମାନସିକ ଚାପର କୌଣସି ଗୋଟିଏ କାରଣ ନାହିଁ। ଏହା ସାଧାରଣତଃ ଜୈବିକ ପରିବର୍ତ୍ତନ, ମାନସିକ ଓ ସାମାଜିକ ପ୍ରଭାବରୁ ସୃଷ୍ଟି ହୁଏ।

‌ ଏହି ସମସ୍ୟା ଯୋଗୁଁ ପିଲା ଉପରେ କୌଣସି ପ୍ରଭାବ ପଡ଼େ କି?
ଜଣେ ମାଆଙ୍କ ମାନସିକ ସ୍ୱାସ୍ଥ୍ୟ ସିଧାସଳଖ ତାଙ୍କ ପିଲାର ସୁସ୍ଥତାକୁ ପ୍ରଭାବିତ କରେ। ଯଦି ଜଣେ ମାଆ ଗୁରୁତର ଭାବରେ ହତାଶ କିମ୍ବା ଚିନ୍ତିତ ଥାଆନ୍ତି, ତେବେ ଶିଶୁ ସହିତ ସମ୍ପର୍କ ଏବଂ ଆବେଗିକ ବନ୍ଧନ ପ୍ରଭାବିତ ହୋଇପାରେ। ଏହା ପିଲାର ଆବେଗିକ ବିକାଶ, ନିଦ୍ରା, ଖାଦ୍ୟପେୟ ଓ ପରବର୍ତ୍ତୀ ଆଚରଣକୁ ପ୍ରଭାବିତ କରିପାରେ। ପ୍ରସବପର ମାନସିକ ରୋଗ ଯୋଗୁଁ ମାଆଟିଏ ଶିଶୁକୁ କ୍ଷତି ପହଞ୍ଚାଇ ପାରେ। ସେହି ସମୟ ମଧ୍ୟରେ ଯଥାଶୀଘ୍ର ଚିକିତ୍ସା ଲୋଡ଼ାଯିବା ଉଚିତ।

 ଏଥିରୁ ମୁକୁଳିବା ପାଇଁ କ’ଣ କରିବା ଆବଶ୍ୟକ?
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଗର୍ଭାବସ୍ଥା ପରେ ମାନସିକ ରୋଗ ଏକ ସାଧାରଣ କଥା ଏବଂ ଏହା ଚିକିତ୍ସାଯୋଗ୍ୟ ବୋଲି ଗ୍ରହଣ କରିବା। ମହିଳାଙ୍କୁ ଲଜ୍ଜା ବିନା ସେମାନଙ୍କର ଭାବନାକୁ ଖୋଲାଖୋଲି କହିବାକୁ ଉତ୍ସାହିତ କରାଯିବା ଉଚିତ। ଏହି ଅବସ୍ଥାରେ ପାରିବାରିକ ସମର୍ଥନ, ପର୍ଯ୍ୟାପ୍ତ ବିଶ୍ରାମ, ପୁଷ୍ଟିସାର ଦରକାର। ଡାକ୍ତର କିମ୍ବା ମନସ୍ତତ୍ତ୍ୱବିତ୍‌ଙ୍କ ସାହାଯ୍ୟ ନେବା ଉଚିତ।

‌ ଯଦି ଏହି ପରିସ୍ଥିତିର ଚିକିତ୍ସା ନ କରାଯାଏ ତେବେ କେଉଁ ସମସ୍ୟା ଉପୁଜିବ?
ଯଦି ଚିକିତ୍ସା ନ କରାଯାଏ, ତେବେ ଗର୍ଭାବସ୍ଥା ପରେ ମାନସିକ ଅବସ୍ଥା ଆହୁରି ଖରାପ ହୋଇପାରେ ଏବଂ ଦୀର୍ଘଦିନ ରହିପାରେ। ଏହା ମାଆର ସ୍ୱାସ୍ଥ୍ୟ, ସମ୍ପର୍କ, କାମ ଏବଂ ଆତ୍ମବିଶ୍ୱାସକୁ ପ୍ରଭାବିତ କରିପାରେ। ଗୁରୁତର କ୍ଷେତ୍ରରେ ଏହା ନିଜକୁ କ୍ଷତି ପହଞ୍ଚାଇବା କିମ୍ବା ଶିଶୁର ଯତ୍ନ ନେବାକୁ ଅସମର୍ଥ ହେବାର ଚିନ୍ତାଧାରା ଆଣିପାରେ।

 

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button