ଜାତୀୟ

Mumbai Crane collapsed: ମୁମ୍ବାଇ କ୍ୟୁରେସି ନଗରରେ ବଡ଼ ଦୁର୍ଘଟଣା: ଘର ଉପରେ ଖସିପଡ଼ିଲା କ୍ରେନ୍, ୧୦ ଆହତ

ମୁମ୍ବାଇ ୨୧/୦୮: ମୁମ୍ବାଇର କ୍ୟୁରେସି ନଗରରେ ବିଳମ୍ବିତ ରାତିରେ ଘଟିଛି ବଡ଼ ଦୁର୍ଘଟଣା। ଆପାର୍ଟମେଣ୍ଟ ନିର୍ମାଣ କାମ ଚାଲିଥିବା ବେଳେ ଏକ କ୍ରେନ୍ ଭାରସାମ୍ୟ ହରାଇ ଘର ଉପରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ୍ରେନ୍ ଖସିପଡ଼ିବା ପଛର କାରଣ ଖୋଜା ଚାଲିଛି।

ସୂଚନା ଅନୁସାରେ, କ୍ରେନ୍ ସାହାଯ୍ୟରେ ଏକ ପୋକ୍ଲିନ୍ ମେସିନ୍‌କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ କ୍ରେନ୍‌ଟି ଭାରସାମ୍ୟ ହରାଇଥିଲା। ପ୍ରାୟ ୧୧ ମହଲା ଉଚ୍ଚତାରୁ କ୍ରେନ୍ ଖସିପଡ଼ିବା ଫଳରେ ତଳେ ଥିବା ଦୁଇଟି ଘର ସହ ଅନେକ କାର୍ ଓ ଅଟୋ ଚୁରମାର ହୋଇଯାଇଛି।ଦୁର୍ଘଟଣାରେ ଆହତମାନଙ୍କୁ ତୁରନ୍ତ ସିଅନ୍ ଓ କୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣାର ପ୍ରଭାବ ରେଳ ଲାଇନ୍ ଉପରେ ମଧ୍ୟ ପଡ଼ିଛି। ତେବେ ସମ୍ପୃକ୍ତ ଲାଇନ୍‌ରେ କେବଳ ମାଲଗାଡ଼ି ଚଳାଚଳ କରୁଥିବାରୁ ଯାତ୍ରୀବାହୀ ଟ୍ରେନ୍ ସେବା ପ୍ରଭାବିତ ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button