Mumbai student protest: ମୁମ୍ବାଇର ଛାତ୍ର ଆନ୍ଦୋଳନରେ ମଡେଲ ରିୟା ଅହିରଙ୍କୁ ନେଇ ଚର୍ଚ୍ଚା
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ବରେ ଚାଲିଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ବୁଧବାର ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ...

ମୁମ୍ବାଇ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ବରେ ଚାଲିଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳୁଛି। ବୁଧବାର ମୁମ୍ବାଇର ଦାଦରସ୍ଥିତ ଶିବାଜୀ ପାର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ବେଳେ ୨୭ ବର୍ଷୀୟା ମଡେଲ ରିୟା ଅହିର ପୁଲିସ ଭ୍ୟାନ୍ ସାମ୍ନାରେ ଠିଆ ହୋଇ ଆନ୍ଦୋଳନକାରୀଙ୍କୁ ନେଇଯିବାକୁ ବିରୋଧ କରିଥିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ପୁଲିସ କେତେକ ଆନ୍ଦୋଳନକାରୀଙ୍କୁ ଭ୍ୟାନ୍ରେ ବସାଇ ନେଉଥିବାବେଳେ ରିୟା ହଠାତ୍ ଗାଡ଼ି ସାମ୍ନାରେ ଠିଆ ହୋଇଯାଇଥିଲେ। ସେ ଭ୍ୟାନ୍ର ବୋନେଟ୍ ଉପରେ ହାତ ରଖି ଗାଡ଼ିକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ପରେ ଅନ୍ୟ କେତେକ ପ୍ରତିବାଦକାରୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଏହାପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଛାଡ଼ି ଦେଇଥିବା ଦାବି କରାଯାଇଛି।
ରିୟା କହିଛନ୍ତି, ଜଣେ ସଚେତନ ନାଗରିକ ଭାବେ ସେ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ନିଜର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନ ରହିବାକୁ ସେ ଯୁବପିଢ଼ିଙ୍କୁ ଆହ୍ବାନ କରିଛନ୍ତି।
ସୌଜନ୍ୟ ସମ୍ବାଦ




