Murder: କୋର୍ଟ ସମ୍ମୁଖରେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା ଅଭିଯୋଗ

ଗଂଜାମ ଜିଲ୍ଲା ଭଂଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଭଂଜନଗର (ବିଶ୍ବମ୍ବର ଜେନା): ଗଂଜାମ ଜିଲ୍ଲା ଭଂଜନଗର ଥାନା ଠାରୁ କିଛି ଦୂରରେ ଥିବା କୋର୍ଟ ସମୁଖରେ ଗୁରୁବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ବୁଦୁଲି ଗ୍ରମର ରାମନାଥ ସ୍ଵାଇଁଙ୍କ ପୁଅ ଅଶୋକ କୁମାର ସ୍ଵାଇଁ (୪୪)।

ଅଜି ଅଶୋକ ଭଂଜନଗର କୋର୍ଟରେ ଏକ ମାମଲାର ବାଇଦା ନେଇ ଆସିଥିଲେ। କୋର୍ଟ କାମ ସାରି ସେ ବାହାରକୁ ଆସୁଥିବା ବେଳେ କୋର୍ଟ ବାହାରେ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୁଣ୍ଡା ଓ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଅଭିଯୁକ୍ତକୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଆହାତ ଅବସ୍ଥାରେ ଅଶୋକଙ୍କୁ ଭଂଜନଗର ମେଡ଼ିକାଲରେ ଭର୍ତି କରି ଥିଲା। ସେଠାରେ ଚିକିତ୍ସଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚାଉଚରା କରୁଛି। ଏଭଳି ଏକ ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ

Exit mobile version