ଦେଶ ବିଦେଶ
RTI: କେନ୍ଦ୍ରମନ୍ତ୍ରୀମାନଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ରେକର୍ଡ ୯୨ କୋଟି: ଆର୍ଟିଆଇ ରିପୋର୍ଟ
ଦିଲ୍ଲୀର ପ୍ରସିଦ୍ଧ ଲୁଟିୟନ୍ସ ବଙ୍ଗଳା ଜୋନ୍ରେ ଅବସ୍ଥିତ କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ବାସଭବନର ମରାମତି, ନବୀକରଣ ଏବଂ ସାଜସଜ୍ଜା ପାଇଁ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୯୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲୁଟିୟନ୍ସ ବଙ୍ଗଳା ଜୋନ୍ରେ ଅବସ୍ଥିତ କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ବାସଭବନର ମରାମତି, ନବୀକରଣ ଏବଂ ସାଜସଜ୍ଜା ପାଇଁ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୯୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକ ଆର୍ଟିଆଇ ଆବେଦନ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ବ୍ୟୟଭାର ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ହୋଇଥିବା ୨୭.୪୭ କୋଟି ଟଙ୍କା ତୁଳନାରେ ୩ ଗୁଣରୁ ଅଧିକ ଅଟେ। ସେଣ୍ଟ୍ରାଲ ପବ୍ଲିକ ୱର୍କସ ଡିପାର୍ଟମେଣ୍ଟ (ସିପିଡବ୍ଲ୍ୟୁଡି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ଏହି ସବୁ କାର୍ଯ୍ୟ ପାଇଁ ସରକାର ସମୁଦାୟ ୫୪୭.୬୮ କୋଟି ଟଙ୍କା ବ୍ୟୟ କରିଛନ୍ତି। ବ୍ରିଟିଶ ଅମଳର ଏହି ପୁରୁଣା ବଙ୍ଗଳାଗୁଡ଼ିକର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




