ଦେଶ ବିଦେଶ

Muslim 500 list: ବିଶ୍ୱର ୫୦ ପ୍ରଭାବଶାଳୀ ମୁସଲମାନ ତାଲିକାର ଶୀର୍ଷରେ ମୁନିର ଓ ସରିଫ

ବିଶ୍ୱର ୫୦୦ ଜଣ ପ୍ରଭାବଶାଳୀ ମୁସଲମାନଙ୍କ ୨୦୨୭ ବର୍ଷର ତାଲିକାର ଶୀର୍ଷ ସ୍ଥାନରେ ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍‌ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ରହିଛନ୍ତି। ସେମାନଙ୍କ ସହ ସାଉଦି ଆରବର ରାଜା ସଲମାନ୍‌, ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ଏବଂ...

ନୂଆଦିଲ୍ଲୀ: ବିଶ୍ୱର ୫୦୦ ଜଣ ପ୍ରଭାବଶାଳୀ ମୁସଲମାନଙ୍କ ୨୦୨୭ ବର୍ଷର ତାଲିକାର ଶୀର୍ଷ ସ୍ଥାନରେ ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍‌ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ରହିଛନ୍ତି। ସେମାନଙ୍କ ସହ ସାଉଦି ଆରବର ରାଜା ସଲମାନ୍‌, ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ଏବଂ ତୁର୍କୀର ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ମଧ୍ୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜୋର୍ଡାନ୍‌ର ରୟାଲ୍‌ ଇସ୍‌ଲାମିକ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌ ସେଣ୍ଟର (ଆର୍‌ଆଇଏସ୍‌ଏସ୍‌ସି) ପକ୍ଷରୁ ପ୍ରସ୍ତୁତ ଏହି ତାଲିକାର ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ଭାରତରୁ କେବଳ ଜଣେ ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ଜମିୟତ୍‌ ଉଲେମା-ଏ-ହିନ୍ଦ୍‌ର ଅଧ୍ୟକ୍ଷ ମୌଲାନା ମହମ୍ମଦ ମଦନୀ। ତାଙ୍କୁ ୧୮ଶ ସ୍ଥାନ ମିଳିଛି।

‘ଦି ମୁସଲିମ୍‌ ୫୦୦’ ନାମରେ ପରିଚିତ ଏହି ବାର୍ଷିକ ତାଲିକାରେ ବିଶ୍ୱର ୫୦୦ ଜଣ ପ୍ରଭାବଶାଳୀ ମୁସଲମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଶ୍ରେଷ୍ଠ ୫୦ ଜଣଙ୍କର କ୍ରମାଙ୍କ ନିର୍ଦ୍ଧାରଣ କରାଯାଏ। ଅନ୍ୟ ୪୫୦ ଜଣଙ୍କୁ ବିଭିନ୍ନ କ୍ଷେତ୍ର ଅନୁସାରେ ତାଲିକାଭୁକ୍ତ କରାଯାଏ। ଏହାର ୧୮ଶ ସଂସ୍କରଣରେ ପ୍ରଥମ ଥର ପାଇଁ ପାଞ୍ଚଜଣ ବ୍ୟକ୍ତିଙ୍କୁ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଦିଆଯାଇଛି। ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ଅଗଷ୍ଟ ୭ ତାରିଖରେ ସ୍ୱାକ୍ଷରିତ ମକ୍କା ଯୁଗ୍ମ ପ୍ରତିରକ୍ଷା ଚୁକ୍ତିକୁ ଏହି ନିଷ୍ପତ୍ତିର ପ୍ରମୁଖ କାରଣ ଭାବେ ରିପୋର୍ଟରେ ଦର୍ଶାଯାଇଛି। ଚୁକ୍ତି ଅନୁସାରେ, ଏହି ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ ତାହାକୁ ତିନି ଦେଶଙ୍କ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ସାଉଦି ଆରବର ଆର୍ଥିକ ସାମର୍ଥ୍ୟ, ତୁର୍କୀର ବୈଷୟିକ ଜ୍ଞାନକୌଶଳ ଏବଂ ପାକିସ୍ତାନର ସାମରିକ ଶକ୍ତି ଏହି ମେଣ୍ଟକୁ ଗୁରୁତ୍ୱପୂର୍ଣ୍ଣ କରିଥିବା ରିପୋର୍ଟରେ କୁହାଯାଇଛି। ଗତବର୍ଷ ମୁନିର ଓ ସରିଫ୍‌ ଶ୍ରେଷ୍ଠ ୫୦ରେ ସ୍ଥାନ ପାଇ ନ ଥିଲେ। ସେମାନେ ତାଲିକାର ଅନ୍ୟ ୪୫୦ ଜଣଙ୍କ ମଧ୍ୟରେ ଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button