ଓଡିଶାଜିଲ୍ଲା

Nabarangpur: ସକ୍ଷମ ଅଙ୍ଗନୱାଡି କେନ୍ଦ୍ରକୁ ଅଚାନକ ତଦାରଖ କଲେ ଜିଲ୍ଲାପାଳ

ଆଜି ଜିଲ୍ଲାସଦରମହକୁମାର ଦଶହରାପଦାରେ ଥିବା ସକ୍ଷମ ଅଙ୍ଗନୱାଡି କେନ୍ଦ୍ରକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଅଚାନକ କେନ୍ଦ୍ରକୁ ତଦାରଖରେ ଯାଇଥିଲେ। କେନ୍ଦ୍ରରେ ମାଟିଭର୍ତ୍ତି ରହିଥିଲା। କେନ୍ଦ୍ରରେ ଅଙ୍ଗନୱାଡୀ କର୍ମୀ ଅନୁପସ୍ଥିତ ଥିବା ବେଳେ ହେଲଫର ଉପସ୍ଥିତ ଥିଲେ।

ନବରଙ୍ଗପୁର: ଆଜି ଜିଲ୍ଲାସଦରମହକୁମାର ଦଶହରାପଦାରେ ଥିବା ସକ୍ଷମ ଅଙ୍ଗନୱାଡି କେନ୍ଦ୍ରକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଅଚାନକ କେନ୍ଦ୍ରକୁ ତଦାରଖରେ ଯାଇଥିଲେ। କେନ୍ଦ୍ରରେ ମାଟିଭର୍ତ୍ତି ରହିଥିଲା। କେନ୍ଦ୍ରରେ ଅଙ୍ଗନୱାଡୀ କର୍ମୀ ଅନୁପସ୍ଥିତ ଥିବା ବେଳେ ହେଲଫର ଉପସ୍ଥିତ ଥିଲେ। ପିଲା କେହି ନଥିଲେ। ସକ୍ଷମ ଅଙ୍ଗନୱାଡି କେନ୍ଦ୍ରରେ ଶୌଚାଳୟ ନଥିଲା। ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ରର  ମାର୍ଗଦର୍ଶିକା ଅନୁଯାୟୀ ନଥିଲା। ଏହା ଦେଖି ଜିଲ୍ଲାପାଳ ଆଶ୍ଚାର୍ଯ୍ୟନ୍ବୀତ ହୋଇଥିଲେ। ଗୋଟିଏ ରୁମରେ କେନ୍ଦ୍ର ଥିବା ବେଳେ ଶୌଚାଳୟ ନଥିବା ଦେଖି ଚିନ୍ତା ପ୍ରକାଶ କରିଥିଲେ। ସେଠାରୁ ସେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗଶୁଣାଣୀକୁ ଆସିବା ଡିଏସଡବ୍ଲୁଓ ଦ୍ରୌପଦୀ କହଁରଓ ନବରଙ୍ଗପୁର ସିଡିପିଓ ରଶ୍ମି ପାଣିଗ୍ରାହୀଙ୍କ ଉପରେ ବିଗଡ଼ିଥିଲେ।

କେନ୍ଦ୍ରର ୨୩ଟି ପିଲାରୁ ଗୋଟିଏ ପିଲା ନଥିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଜିଲ୍ଲାପାଳ। ଜିଲ୍ଲାସଦରମହକୁମାର କେନ୍ଦ୍ର ଅବସ୍ଥା ଏଭଳି ତେବେ ଜିଲ୍ଲାର ଅନ୍ୟ କେନ୍ଦ୍ରର ଅବସ୍ଥା କିଭଳି ଥିବ ବୋଲି ପ୍ରଶ୍ନ କରିଥିଲେ। ଅଭିଯୋଗ ଶୁଣାଣୀକୁ ସିଡିପିଓ କାହିଁକି ଆସିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ କର୍ମୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବାକୁ ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ସମସ୍ତ କେନ୍ଦ୍ରର ତଥ୍ୟ ତୁରନ୍ତ ଦେବାକୁ ଜିଲ୍ଲାପାଳ ଡିଏସଡବ୍ଲୁଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କର୍ମୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରୀ କରାଯିବ ବୋଲି କହିଛନ୍ତି ସିଡିପିଓ ମୀନତି ନାୟକ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button