National: ‘ରାଷ୍ଟ୍ରୀୟ ବ୍ରାହ୍ମଣ ମହାସମ୍ମିଳନୀ

ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ‘ରାଷ୍ଟ୍ରୀୟ ବ୍ରାହ୍ମଣ ମହାସମ୍ମିଳନୀ’ ଓଡ଼େଶା ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି....

ଭୁବନେଶ୍ୱର: ଓଡ଼ିଶା ବ୍ରାହ୍ମଣ ମହାସଂଘ ପକ୍ଷରୁ ‘ରାଷ୍ଟ୍ରୀୟ ବ୍ରାହ୍ମଣ ମହାସମ୍ମିଳନୀ’ ଓଡ଼େଶା ଭବନରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ କର୍ଣ୍ଣାଟକ ଉଡୁପି ଶ୍ରୀକୃଷ୍ଣ ମନ୍ଦିରର ସ୍ୱାମୀ ସୁଗୁଣେନ୍ଦ୍ର ତୀର୍ଥ ଯୋଗଦେଇ ରାଷ୍ଟ୍ର ଜ୍ଞାନ ଓ ବିଜ୍ଞାନ କ୍ଷେତ୍ରରେ ବ୍ରାହ୍ମଣମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂଘର ଅଧ୍ୟକ୍ଷ ଗୋବିନ୍ଦ କୁଳକର୍ଣ୍ଣୀ, ବିଶିଷ୍ଟ ଅତିଥି ଡା. ଅଶୋକ ମହାପାତ୍ର, ଅଖିଳ ଭାରତ ବ୍ରାହ୍ମଣ ସଂଗଠନର ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର, ମଣିନ୍ଦ୍ର ତିଵାରି, ସଚ୍ଚିଦାନନ୍ଦ ସରସ୍ୱତୀ ପ୍ରମୁଖ ଯୋଗଦେଇ ବ୍ରାହ୍ମଣ କଲ୍ୟାଣ ବୋର୍ଡ ଗଠନ, ବ୍ରାହ୍ମଣମାନଙ୍କ ବିରୋଧରେ ହେଉଥିବା ବିଭିନ୍ନ ଅତ୍ୟାଚାର ପାଇଁ ନ୍ୟାୟ ପ୍ରଦାନ, କର୍ମକାଣ୍ଡକୁ ଧନ୍ଦାମୂଳ ଶିକ୍ଷା ଭାବରେ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମେଶ ଜୋଇସ, ସ୍ୱାମିନୀ ପ୍ରିୟବାଦିନୀ, ରାଧେଶ୍ୟାମ ଶର୍ମା, ପଙ୍କଜ ଉପାଧ୍ୟାୟ, ଶ୍ରୀବତ୍ସ, ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମହାସଂଘର ତ୍ରୈୟମାସିକ ପତ୍ରିକା ‘ବ୍ରହ୍ମସନ୍ଦେଶ’ର ବିଶେଷ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଗତକାଲି ମହାସଂଘର ସଭ୍ୟ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଭାପତି ସଦାନନ୍ଦ ଦୀକ୍ଷିତ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଜଗନ୍ନାଥ ପାଢ଼ୀ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ରାମପ୍ରସାଦ ଦାଶ, ଶକ୍ତିବାହିନୀର ସଭାପତି ସ୍ନେହ ନନ୍ଦ, ସାଧାରଣ ସମ୍ପାଦିକା ଶୁଭ୍ରା ପଣ୍ଡା, ଯୁବ ବାହିନୀ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସାଧାରଣ ସମ୍ପାଦକ ପଣ୍ଡିତ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଶପଥ ନେଇଥିଲେ। ପଦ୍ମନାଭ ଦାଶ ଧନ୍ୟବାଦ ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version