ଭୁବନେଶ୍ବର: ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍ରେ ସ୍ବସ୍ତି ସିଂହ, ରେଜିଆ ଦେବୀ ଓ ବର୍ଷାରାଣୀ ବଡ଼ାଇକଙ୍କୁ ନେଇ ଗଠିତ ରାଜ୍ୟ ଦଳ ରୌପ୍ୟ ପଦକ ହାସଲ କରିଛି। ସେହିଭଳି ୨ କିଲୋମିଟର ବ୍ୟକ୍ତିଗତ ପର୍ସୁଟ୍ (ଯୁବ)ରେ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଓଡ଼ିଶା ସାଇକ୍ଲିଂ ଏକାଡେମିର ପ୍ରଶିକ୍ଷାର୍ଥୀ ସସ୍ମିତା ପଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
National Cycling: ଜାତୀୟ ସାଇକ୍ଲିଂ: ଓଡ଼ିଶାକୁ ଆଉ ୨ ପଦକ
ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍ରେ ସ୍ବସ୍ତି ସିଂହ....
