ଜିଲ୍ଲାରାଜ୍ୟ

Naxal and Maoist ମାଓ ବଙ୍କର ଠାବ, ବିପୁଳ ବନ୍ଧୁକ ଓ ବୋମା ତିଆରି ସାମଗ୍ରୀ ଜବତ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ଡୋଡିତୁମନାର ଜଂଗଲରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ଏକ ବଡ ବଙ୍କରକୁ ଠାବ କରିଛନ୍ତି।
ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଓ ସର୍ଚ୍ଚ ଅପରେସନ୍‌ କାର୍ଯ୍ୟକ୍ରମ ଚାଲିଛି। ସୋମବାର ମଧ୍ୟ ପୁଲିସ ଏବଂ ସୁରକ୍ଷାକର୍ମୀ ଡୋଡିତୁମନାର ଜଂଗଲରେ ପଶିଥିଲେ। ସର୍ଚ୍ଚ ଅପରେସନ ବେଳେ ଜଂଗଲର ମଝିରେ ମାଟି ତଳେ ବଙ୍କର କରି ମାଓବାଦୀ ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଲୁଚାଇ ରଖିଥିଲେ। ପ୍ରଶିକ୍ଷିତ ଯବାନଙ୍କ ଏକ ଟିମ୍‌  ଅତି ସତର୍କତାର ସହ ବଙ୍କରରେ ପଶି ମାଓ ସାମଗ୍ରୀକୁ ଜବତ କରିଥିଲେ। ବଙ୍କର୍‌‌ରୁ ବିଜିଏଲ ଲଞ୍ଚର, ବିଦ୍ୟୁତ୍‌ ତାର, ଡିଟୋନେଟର, ସୋଲାର ପ୍ଲେଟ, ବ୍ୟାଟେରି, ଵିଲଡିଂ ମେସିନ ସମେତ ଅନ୍ୟ ବନ୍ଧୁକ ତିଆରି ଯନ୍ତ୍ରପାତି ମଧ୍ୟ ରହିଥିବା ଜଣାପଡିଛି। ତେବେ ଏହି ବଙ୍କରରେ ଅସ୍ତ୍ରଶସ୍ତ୍ର ନିର୍ମାଣ ଓ ବୋମା ପ୍ରସ୍ତୁତ ପାଇଁ ଅତ୍ୟାଧୁନିକ ସାମଗ୍ରୀ ରଖାଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିବା ପୁଲିସ କହିଛି।
ସେହି ଜଂଗଲର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା କୁହାଯାଇଛି। ଜଂଗଲରେ ନକ୍ସଲ ବିଭିନ୍ନ ସ୍ଥାନରେ ଡମ୍ପ କରି ମାଓ ସାମଗ୍ରୀ ଲୁଚାଇ ରଖିଛନ୍ତି। ଏଥିସହ ଜଂଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ମଧ୍ୟ ଖଞ୍ଜିଛନ୍ତି। ଯାହାକୁ ସୁରକ୍ଷାକର୍ମୀମାନେ କ୍ରମାଗତ ଭାବେ ଯାଞ୍ଚ କରି ନିଷ୍କ୍ରିୟ କରୁଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More
Back to top button