ଦେଶ ବିଦେଶ

NEET: ଅଗଷ୍ଟ ୩୦ରେ ନିଟ୍‌-ପିଜି ପରୀକ୍ଷା, ଆଜି ମିଳିବ ଆଡ୍‌ମିଟ୍‌ କାର୍ଡ

ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍‌-ପିଜି ୨୦୨୬ର ଆଡ୍‌ମିଟ୍‌ କାର୍ଡ ପ୍ରକାଶ ତାରିଖରେ ପରିବର୍ତ୍ତନ କରିଛି। ନୂଆ ସୂଚନା ଅନୁସାରେ, ଆଡ୍‌ମିଟ୍‌ କାର୍ଡ ଆସନ୍ତାକାଲି ଜାରି ହେବ।

ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍‌-ପିଜି ୨୦୨୬ର ଆଡ୍‌ମିଟ୍‌ କାର୍ଡ ପ୍ରକାଶ ତାରିଖରେ ପରିବର୍ତ୍ତନ କରିଛି। ନୂଆ ସୂଚନା ଅନୁସାରେ, ଆଡ୍‌ମିଟ୍‌ କାର୍ଡ ଆସନ୍ତାକାଲି ଜାରି ହେବ। ଏହା ପୂର୍ବରୁ ଅଗଷ୍ଟ ୨୪ରେ ଆଡ୍‌ମିଟ୍‌ କାର୍ଡ ଜାରି ହେବାକୁ ଥିଲା। ଆସାମ ଓ ମେଘାଳୟ ସମ୍ପର୍କିତ କିଛି ଅନିବାର୍ଯ୍ୟ ପରିସ୍ଥିତି ଏବଂ ଅନୁରୋଧକୁ ଦୃଷ୍ଟିରେ ରଖି ତାରିଖରେ ଏହି ପରିବର୍ତ୍ତନ କରାଯାଇଥିବା ଏନ୍‌ବିଇଏମ୍‌ଏସ୍‌ କହିଛି। ଆଡ୍‌ମିଟ୍‌ କାର୍ଡ ଜାରି ହେବା ପରେ ପରୀକ୍ଷାର୍ଥୀମାନେ ଏନ୍‌ବିଇଏମ୍‌ଏସ୍‌ର ଅଧିକୃତ ୱେବସାଇଟ୍‌ରେ ନିଜ ଲଗଇନ୍‌ ଆଇଡି ବ୍ୟବହାର କରି ଏହା ଡାଉନଲୋଡ୍‌ କରିପାରିବେ। ପରୀକ୍ଷା ସହର ସମ୍ପର୍କିତ ସୂଚନା ଅଗଷ୍ଟ ୧୧ରେ ପ୍ରକାଶ ପାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button