ଦେଶ ବିଦେଶ

TMC: ୨୦ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲା: ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲା ଟିଏମ୍‌ସି

୨୦ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତରେ ବାଚସ୍ପତି ଓମ୍‌ ବିର୍ଲା ତତ୍କାଳ ନିଷ୍ପତ୍ତି ନେବାକୁ ଦାବି କରି ଟିଏମ୍‌ସି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଟିଏମ୍‌ସି ସାଧାରଣ ସମ୍ପାଦକ ଓ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରିଛନ୍ତି।

ନୂଆଦିଲ୍ଲୀ: ୨୦ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତରେ ବାଚସ୍ପତି ଓମ୍‌ ବିର୍ଲା ତତ୍କାଳ ନିଷ୍ପତ୍ତି ନେବାକୁ ଦାବି କରି ଟିଏମ୍‌ସି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଟିଏମ୍‌ସି ସାଧାରଣ ସମ୍ପାଦକ ଓ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରିଛନ୍ତି। ଆସନ୍ତାକାଲି ଏହି ଆବେଦନ ଉପରେ ଶୁଣାଣି ହେବ। ଟିଏମ୍‌ସିର ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାରେ ବାଚସ୍ପତି ବିଳମ୍ବ କରୁଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ଟିଏମ୍‌ସିସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

ବାଚସ୍ପତି ଓମ୍‌ ବିର୍ଲା ଏହି ଅଯୋଗ୍ୟତା ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାକୁ ବାନାର୍ଜୀ ତାଙ୍କ ଆବେଦନରେ ଅନୁରୋଧ କରିଛନ୍ତି। ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍‌ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଭି ମୋହନାଙ୍କ ଖଣ୍ଡପୀଠ ଆସନ୍ତାକାଲି ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ଟିଏମ୍‌ସି ଦାବି କରିଛି ଯେ, ୨୦ ଜଣ ସାଂସଦ ଦଳର ଚିହ୍ନରେ ନିର୍ବାଚିତ ହେବାପରେ ସେମାନେ ଅନ୍ୟ ଏକ ରାଜ‌ନୈତିକ ଦଳରେ ଯୋଗ ଦେଲେ। ଏହାଦ୍ବାରା ସମ୍ବିଧାନର ଦଳବିରୋଧୀ ବ୍ୟବସ୍ଥା ଅଧୀନରେ ସେମାନଙ୍କୁ ଅ‌ଯୋଗ୍ୟ ଘୋଷଣା କରାଯିବା ଉଚିତ। ଅନ୍ୟପକ୍ଷେ ବିଦ୍ରୋହୀ ସାଂସଦମାନେ ଦାବି କରିଛନ୍ତି ଯେ ଏହା ଏକ ବୈଧ ମିଶ୍ରଣ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button