ଦେଶ ବିଦେଶ

Nepal: ନେପାଳକୁ ବିଜୁଳି ଦେଲା ଭାରତ

ପଡ଼ୋଶୀ ଦେଶ ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ। ଏ ସମ୍ପର୍କିତ ପ୍ରସ୍ତାବକୁ ଶକ୍ତି ମନ୍ତ୍ରଣାଳୟ ଅନୁମୋଦନ କରିଛି। ମୁଜାଫରପୁର-ଧାଲକେବର ଓ ଟନକପୁର-ମହେନ୍ଦ୍ରନଗର ଲାଇନ୍‌ ଜରିଆରେ ୬୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଜୁଳି ରପ୍ତାନି କରାଯିବ।

ଆସନ୍ତା ବର୍ଷରୁ ନେପାଳକୁ କେତେ ପରିମାଣର ବିଜୁଳି ଦିଆଯିବ ତାହା ଡିସେମ୍ବରରେ ନିର୍ଦ୍ଧାରଣ କରାଯିବ। ନିକଟରେ ପ୍ରଳୟଙ୍କରୀ ବନ୍ୟାକୁ ସାମନା କରିଥିବା ନେପାଳରେ ଜଳ ବିଦ୍ୟୁତ ଭିତ୍ତିିଭୂମି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଫଳରେ ସେଠାରେ ବିଜୁଳି ଅଭାବ ଦେଖାଦେଇଛି। ଦେଶର ଆବଶ୍ୟକତା ପୂରଣ କରିବାକୁ ଅଧିକ ବିଦ୍ୟୁତ୍‌ ଶକ୍ତି ଦରକାର ହେଉଛି। ଭାରତ ପଠାଉଥିବା ବିଦ୍ୟୁତ ସେହି ଆବଶ୍ୟକତାକୁ ପୂରଣ କରିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ଆହୁରି ମଝବୁତ କରିବ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button