ଦେଶ ବିଦେଶ

Nepal flood: ନେପାଳ ବନ୍ୟା ପୀଡ଼ିତଙ୍କୁ ସୋନୁ ସୁଦ୍‌ଙ୍କ ରିଲିଫ୍‌ ବଣ୍ଟନ

ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ନେପାଳରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ ମଙ୍ଗଳବାର ନେପାଳରେ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍‌ କାର୍ଯ୍ୟରେ ସାମିଲ ହୋଇଛନ୍ତି।

କାଠମାଣ୍ଡୁ: ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ନେପାଳରେ ପହଞ୍ଚିଛନ୍ତି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେ ମଙ୍ଗଳବାର ନେପାଳରେ ପୀଡ଼ିତଙ୍କୁ ଭେଟିବା ସହ ରିଲିଫ୍‌ କାର୍ଯ୍ୟରେ ସାମିଲ ହୋଇଛନ୍ତି। ସୋନୁ ସୁଦ୍‌ ନେପାଳରେ ପହଞ୍ଚିବା ପରେ ସେଠାକାର ଲୋକଙ୍କ ସହ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।

ସେ ପୀଡ଼ିତମାନଙ୍କୁ ପୁଣି ନୂଆ ଜୀବନ ଆରମ୍ଭ କରିବାରେ ସହଯୋଗ କରିବେ ବୋଲି କହିଛନ୍ତି। ସୋନୁ ସୁଦ୍‌ କହିଛନ୍ତି, ବନ୍ୟାରେ ଲୋକେ ଘର, ପରିବାର ଓ ନିଜ ପିଲାଦିନର ସ୍ମୃତି ହରାଇଛନ୍ତି। ଏହି କଷ୍ଟଦାୟକ ସମୟରେ ନେପାଳ ଏକା ନୁହେଁ ଏବଂ ସମସ୍ତେ ମିଶି ପୀଡ଼ିତଙ୍କୁ ନୂଆ ଆରମ୍ଭ ଦେବାକୁ ପ୍ରୟାସ କରିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ସୋନୁ କହିଛନ୍ତି ଯେ, ଭାରତରୁ ସେମାନେ କମ୍ବଳ ଓ ଖାଦ୍ୟ ସାମଗ୍ରୀ ନେଇ ଆସିଛନ୍ତି। ପୀଡ଼ିତଙ୍କ ବର୍ତ୍ତମାନ କ’ଣ ଆବଶ୍ୟକତା ରହିଛି, ତାହା ଜାଣିବା ପରେ ଭାରତରୁ ଅଧିକ ସାମଗ୍ରୀ ପଠାଇବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। କେବଳ ଚଳିତ ମାସ ନୁହେଁ, ଆଗାମୀ କିଛି ମାସ ପର୍ଯ୍ୟନ୍ତ ନେପାଳକୁ ରିଲିଫ୍‌ ସହାୟତା ଜାରି ରଖିବାକୁ ସେ ନିଶ୍ଚିତ କରିବେ ବୋଲି କହିଛନ୍ତି। ସୋନୁଙ୍କ ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରିଛନ୍ତି। କେହି ତାଙ୍କୁ ‘ପ୍ରକୃତ ହିରୋ’ ବୋଲି କହିଥିବାବେଳେ ଆଉ କେହି ‘ମସୀହ ଅନ୍‌ ଡ୍ୟୁଟି’ ବୋଲି ପ୍ରଶଂସା କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button