ଜାତୀୟ

Nepal Floods: ନେପାଳ ବନ୍ୟା, ଚା’ ବିରତି ବଞ୍ଚାଇଦେଲା ୨୮ ତୀର୍ଥଯାତ୍ରୀଙ୍କ ଜୀବନ

ନେପାଳ, ୩୧/୦୮: ମାତ୍ର ୧୦ ମିନିଟ୍‌ର ଚା’ ବିରତି ଯେ ୨୮ ଜଣ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚାଇଦେବ, ଏହା କେହି କଳ୍ପନା ମଧ୍ୟ କରିନଥିଲେ। ନେପାଳ ଦେଇ ପବିତ୍ର କୈଳାସ-ମାନସରୋବର ଯାତ୍ରାରେ ବାହାରିଥିବା ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କର୍ଣ୍ଣାଟକର ୨୮ ଜଣ ତୀର୍ଥଯାତ୍ରୀ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଗତ ବୁଧବାର ସକାଳେ ତୀର୍ଥଯାତ୍ରୀମାନେ ଯାତ୍ରାପଥରେ ଚା’ ପିଇବା ପାଇଁ ଏକ ସ୍ଥାନରେ ଅଟକିଥିଲେ। ଗ୍ରୁପ୍‌ର କିଛି ସଦସ୍ୟଙ୍କ ଅନୁରୋଧକ୍ରମେ ଡ୍ରାଇଭର ଗାଡ଼ି ଅଟକାଇଥିଲେ ଏବଂ ସମସ୍ତେ ପ୍ରାୟ ୧୦ ମିନିଟ୍‌ର ଚା’ ବିରତି ନେଇଥିଲେ। ଏହି ସମୟରେ ସେମାନେ ସ୍ଥାନୀୟ ଲୋକଙ୍କଠାରୁ ଅଞ୍ଚଳରେ ଜଳପ୍ରଳୟ ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ସୂଚନା ମିଳିବା ପରେ ଡ୍ରାଇଭର ତୁରନ୍ତ ଗାଡ଼ି ବୁଲାଇ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଫଳରେ ସମ୍ଭାବ୍ୟ ବିପଦରୁ ସମସ୍ତେ ରକ୍ଷା ପାଇଥିଲେ।

ତିରୁପତିର ଏକ ଟ୍ରାଭେଲ୍ସ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପେମ୍ମସାନି ଭେଙ୍କଟରମଣ କହିଛନ୍ତି ଯେ, ସେମାନଙ୍କର ସେଦିନ ନେପାଳ-ତିକ୍ରତ ସୀମା ନିକଟସ୍ଥ ସ୍ୟାବ୍ରୁବେସୀରେ ପହଞ୍ଚିବାର ଥିଲା। କିନ୍ତୁ ଚା’ ପାଇଁ ନିଆଯାଇଥିବା ଅଳ୍ପ ସମୟର ବିରତି ହିଁ ସେମାନଙ୍କ ପାଇଁ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ ସାବ୍ୟସ୍ତ ହୋଇଥିଲା। ଯଦି ସେମାନେ ସେଠାରେ ଅଟକି ନଥାନ୍ତେ, ତେବେ ପ୍ରଳୟଙ୍କରୀ ବନ୍ୟାର ସମ୍ମୁଖୀନ ହୋଇଥାନ୍ତେ ବୋଲି ସେ ପ୍ରକାଶ କରିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button