ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଭାରତରେ ସମ୍ପ୍ରତି ଦେଖାଦେଇଥିବା ନିପା ଭାଇରସ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଡବ୍ଲୁଏଚ୍ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି, ନିପା ଭାଇରସ ମାମଲା ଅତ୍ୟନ୍ତ ଗମ୍ଭୀର। ଏହି ଭାଇରସର ସାମ୍ପ୍ରତିକ ମାମଲା କେବଳ ଭାରତରେ ସୀମିତ ରହିଛି। ଅନ୍ୟ କୌଣସି ଦେଶରୁ ଏପରି କୌଣସି ମାମଲା ରିପୋର୍ଟ ହୋଇନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, ଡବ୍ଲୁଏଚ୍ଓ ମୁଖ୍ୟ ପଶ୍ଚିମବଙ୍ଗରେ ରିପୋର୍ଟ ହୋଇଥିବା ଦୁଇଟି ମାମଲା ସମ୍ପର୍କରେ ସୂଚିତ କରି କହିଛନ୍ତି, ୧୯୯୮ରେ ପ୍ରଥମ ଥର ପାଇଁ ଭାଇରସ ଚିହ୍ନଟ ହେବା ପରଠାରୁ ଏହା ରାଜ୍ୟରେ ତୃତୀୟ ମାମଲା। ଭାରତରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୯୦ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି। ଏପର୍ଯ୍ୟନ୍ତ କେହି ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି। ଭାରତରେ ଏନେଇ ନିରୀକ୍ଷଣ ଓ ପରୀକ୍ଷା ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପ୍ରତିରୋଧ ଓ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି।ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି।
Nipah Virus: ନିପା ଭାଇରସ:ଭାରତକୁ ଡବ୍ଲୁଏଚ୍ଓ ମୁଖ୍ୟଙ୍କ ଚେତାବନୀ
ନିପା ଭାଇରସ ମଣିଷ ଶରୀରରେ ହେଉଥିବା ସବୁଠାରୁ ବିପଜ୍ଜନକ ସଂକ୍ରମଣ ମଧ୍ୟରୁ ଗୋଟିଏ। ସଂକ୍ରମଣ ପରେ ମୃତ୍ୟୁହାର ୪୦ ରୁ ୭୫ ରହିଥାଏ। ନିପା ଭାଇରସ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ।
