Nisha Maharana granted bail in Balangir court: ବଲାଙ୍ଗୀର କୋର୍ଟରୁ ନିଶା ମହାରଣାଙ୍କୁ ଜାମିନ

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ମାମଲାରେ ମଙ୍ଗଳବାର ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରୁ ନିଶା ମହାରଣାଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ‘ଦୁର୍ଗାମନ୍ଦିର’ ଯାତ୍ରା ପଡ଼ିଥିଲା।

ବଲାଙ୍ଗୀର: ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ମାମଲାରେ ମଙ୍ଗଳବାର ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରୁ ନିଶା ମହାରଣାଙ୍କୁ ଜାମିନ ମିଳିଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ‘ଦୁର୍ଗାମନ୍ଦିର’ ଯାତ୍ରା ପଡ଼ିଥିଲା। ଯାତ୍ରାର ଶେଷ ଦିନ ଜାନୁଆରି ୧୨ ତାରିଖରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ। ଏ ନେଇ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ବଲାଙ୍ଗୀର ସଦର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଯାତ୍ରା ଆୟୋଜକ କମିଟିର ୨ ଜଣ ସଦସ୍ୟଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

ନିଶା ମହାରଣାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୁଲିସ ଟିମ୍‌ ଭୁବନେଶ୍ୱର ଯାଇଥିଲେ ମଧ୍ୟ ତାଙ୍କୁ ପାଇ ନଥିଲା। ପରେ ନିଶା ଜାମିନ ପାଇଁ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ନିଶା ମଙ୍ଗଳବାର ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିବାବେଳେ ସାକ୍ଷୀଙ୍କୁ ପ୍ରଲୋଭିତ କିମ୍ବା କାହାକୁ ଧମକଚମକ ଦେବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ଅନ୍ୟପକ୍ଷରେ ସେ ଅଶ୍ଳୀଳ ନୃତ୍ୟ କରିବେ ନାହିଁ, କିନ୍ତୁ ହଟ୍‌ ଡ୍ରେସ୍‌ ପିନ୍ଧି ନାଚିବେ ବୋଲି ନିଶା କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version