ରାଜ୍ୟ

North Odisha Flooded Again: ପୁଣି ଭାସିଲା ଉତ୍ତର ଓଡ଼ିଶା: ବାଲେଶ୍ବରର ୪ ନଦୀରେ ବନ୍ୟା, ଖୋଲିଲା ଗାଲୁଡ଼ିହି ବ୍ୟାରେଜ୍‌ର ୭ ଗେଟ୍‌

ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀର ଜଳସ୍ତର ବଢ଼ି କୂଳ ଲଂଘିଥିବା ବେଳେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇ ନପାରି ଅନେକ ଅଞ୍ଚଳକୁ ବୁଡ଼ାଇଛି।

ବାଲେଶ୍ବର/ବାରିପଦା/ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀର ଜଳସ୍ତର ବଢ଼ି କୂଳ ଲଂଘିଥିବା ବେଳେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇ ନପାରି ଅନେକ ଅଞ୍ଚଳକୁ ବୁଡ଼ାଇଛି। ବାଲେଶ୍ବର ଜିଲ୍ଲାର ଜଳକା, ବୁଢ଼ାବଳଙ୍ଗ, ସୋନ ଓ କାଂଶବାଂଶ ନଦୀରେ ବନ୍ୟା ଆସିଛି। ଜଳକାରେ ଚଳିତବର୍ଷ ଅଷ୍ଟମ ବନ୍ୟା ଆସିଥିବା ବେଳେ ସଦର ବ୍ଲକ୍‌ର ୩ଟି ଏବଂ ବସ୍ତା ବ୍ଲକ୍‌ର ୧୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ‌ହୋଇଛି। ବୁଢ଼ାବଳଙ୍ଗ ବନ୍ୟାରେ ସଦର ଓ ରେମୁଣା ବ୍ଲକ୍‌ର ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହେବା ସହ ଶହଶହ ହେକ୍ଟର ଚାଷଜମି ବୁଡ଼ିଛି। ସୋନ ବନ୍ୟାରେ ନୀଳଗିିରିର ୬ଟି, ରେମୁଣାର ୫ଟି ପଞ୍ଚାୟତ, କାଂଶବାଂଶ ବନ୍ୟାରେ ସୋର, ଖଇରା ଓ ସିମୁଳିଆ ବ୍ଲକ୍‌ର ୨୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ‌ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍‌ ଖୋଲି ଦିଆଯାଇଥିବା ବେଳେ ପ୍ରତି ସେକେଣ୍ଡରେ ସୁବର୍ଣ୍ଣରେଖାକୁ ୨,୮୦୮ କ୍ୟୁମେକ୍‌ ପାଣି ନିଷ୍କାସିତ ହେଉଛି। ଫଳରେ ନଦୀରେ ବନ୍ୟା ଆଶଙ୍କା ବଢ଼ିଛି। ଖଇରା ଥାନା ଅଧୀନ କୁପାରୀ-ଶରତ ରାସ୍ତାରେ ଶାରୀଶୁଆ ପାହାଡ଼ ଧସିଯିବା ଫଳରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button