ରାଜ୍ୟ
Ocean Winner: ‘ଓସେନ୍ ଵିନର’ ବୁଡ଼ି ପଛରେ କେଁ: ଲୋଡିଂ ବେଳର ସିସିଟିଭି ଫୁଟେଜ୍ରୁ ମିଳିବ ଲୁହାପଥର ଗୁଣ୍ଡର ଚିତ୍ର
ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ୍ ଅଭିମୁଖେ ଯାଉଥିବା ଜାହାଜ ‘ଓସେନ୍ ଵିନର’ ଗଭୀର ସମୁଦ୍ରରେ ବୁଡ଼ିଯିବା ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ପାଉନାହାନ୍ତି କୋଷ୍ଟଗାର୍ଡ ଓ ନୌସେନାର ଉଦ୍ଧାରକାରୀ ଦଳ।

ଜଗତସିଂହପୁର: ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ୍ ଅଭିମୁଖେ ଯାଉଥିବା ଜାହାଜ ‘ଓସେନ୍ ଵିନର’ ଗଭୀର ସମୁଦ୍ରରେ ବୁଡ଼ିଯିବା ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ପତ୍ତା ପାଉନାହାନ୍ତି କୋଷ୍ଟଗାର୍ଡ ଓ ନୌସେନାର ଉଦ୍ଧାରକାରୀ ଦଳ। କେତେ ସମୟ ହେଲା ଉଦ୍ଧାର କାର୍ଯ୍ୟ ଚାଲିଛି, କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, କେତେ ପରିମାଣର ସାମଗ୍ରୀ ନେଉଥିଲା, ଯେଉଁ ସାମଗ୍ରୀ ଲୋଡିଂ ହୋଇଥିଲା ତାହା ଠିକ୍ ଥିଲା କି ନାହିଁ, ସିସିଟିଭି ଫୁଟେଜ୍ର ଚିତ୍ର ସ୍ପଷ୍ଟ ରହିଛି କି ନାହିଁ, ଶେଷ ଲୋକେସନ୍ ଦେଖାଉଥିବା ସ୍ଥାନର କେତେ କିଲୋମିଟର ପରିଧିରୁ ଜାହାଜ ଉଭାନ୍ ହୋଇଗଲା? ଏ ନେଇ ଦିଲ୍ଲୀଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ କେହି ସ୍ପଷ୍ଟ ବିବରଣୀ କିମ୍ବା ପ୍ରେସ୍ ବିଜ୍ଞପ୍ତି ଦେଉ ନ ଥିବାରୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି।
ସୌଜନ୍ୟ ସମ୍ବାଦ




