ରାଜ୍ୟ

Odisha assembly: ରାଜ୍ୟର ୩ ହଜାର ମନ୍ଦିର, ସ୍ମାରକୀରୁ ମାତ୍ର ୨୯୪ଟି ସଂରକ୍ଷିତ କୀର୍ତ୍ତିରାଜି ଘୋଷିତ

ରାଜ୍ୟର ଐତିହ୍ୟ, ସଂସ୍କୃତିର ସ୍ମାରକୀ ବହନ କରୁଥିବା ମନ୍ଦିରଗୁଡ଼ିକ ସୁରକ୍ଷା ଓ ବିକାଶ ପ୍ରତି ସରକାର ଗୁରୁତ୍ବ ପ୍ରଦାନ କରୁନଥିବା ନେଇ ବିଭିନ୍ନ ସମୟରେ ଆଲୋଚନା ଓ ସମାଲୋଚନା ହୋଇଆସିଛି। ଏ କ୍ଷେତ୍ରରେ ସରକାର ଗୁରୁତ୍ବ ପ୍ରଦାନ କରିଥିବା ନେଇ ମଧ୍ୟ ବେଶ...

ଭୁବନେଶ୍ବର: ରାଜ୍ୟର ଐତିହ୍ୟ, ସଂସ୍କୃତିର ସ୍ମାରକୀ ବହନ କରୁଥିବା ମନ୍ଦିରଗୁଡ଼ିକ ସୁରକ୍ଷା ଓ ବିକାଶ ପ୍ରତି ସରକାର ଗୁରୁତ୍ବ ପ୍ରଦାନ କରୁନଥିବା ନେଇ ବିଭିନ୍ନ ସମୟରେ ଆଲୋଚନା ଓ ସମାଲୋଚନା ହୋଇଆସିଛି। ଏ କ୍ଷେତ୍ରରେ ସରକାର ଗୁରୁତ୍ବ ପ୍ରଦାନ କରିଥିବା ନେଇ ମଧ୍ୟ ବେଶ ପ୍ରଚାର ହେଉଛି। ଅଥଚ ରାଜ୍ୟର ଚିହ୍ନଟ ହୋଇଥିବା ୩ହଜାର ରୁ ଅଧିକ ପ୍ରତ୍ନତାତ୍ତ୍ବିକ ମହତ୍ବ ରଖିଥିବା ମନ୍ଦିର ତଥା ସ୍ମାରକୀ ମଧ୍ୟରୁ କେବଳ ୨୯୪ଟିକୁ କେନ୍ଦ୍ର ଓ ରାଜ୍ୟ ସରକାର ସଂରକ୍ଷିତ କୀର୍ତ୍ତିରାଜି ରୂପେ ଘୋଷଣା କରିଛନ୍ତି ବୋଲି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାର ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟରେ ପୁରାତନ ମନ୍ଦିର ପୁନଉଦ୍ଧାର ସମ୍ପର୍କରେ କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ରାଜ୍ୟରେ ୩୦୦୦ ରୁ ଅଧିକ ମନ୍ଦିର ଓ ସ୍ମାରକୀ ରହିଛି। ସେଥିମଧ୍ୟରୁ ୨୧୨ଟି ପ୍ରାଚୀନ କୀର୍ତ୍ତିରାଜିକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତିରାଜି ଓ ୮୨ଟି କୀର୍ତ୍ତିରାଜିକୁ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜି ରୂପେ ଘୋଷଣା କରାଯାଇଛି। ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟ ସରକାରଙ୍କ ଅଧିନସ୍ଥ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗକୁ ଚଳିତ ଆର୍ଥିକ ବର୍ଷରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ୭କୋଟି ଟଙ୍କା ଏବଂ ସଂରକ୍ଷିତ ଓ ଅଣସଂରକ୍ଷିତ କୀର୍ତ୍ତିରାଜି ପାଇଁ ୧୩କୋଟି ଟଙ୍କା ଆବଣ୍ଟନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button