ରାଜ୍ୟ

Odisha Excise Crackdown: ମାସକ ମଧ୍ୟରେ ଜବତ ହେଲା ୪୫.୫୭ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ଚୋରା ମଦ

ଅକ୍ଟୋବର ୧୦ରୁ ନଭେମ୍ବର ୧୦ ମଧ୍ୟରେ ଓଡ଼ିଶାରେ ୪୫.୫୭ କୋଟିର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ। ୭,୮୨୬ ମାମଲା ରୁଜୁ ସହ ୩,୭୬୪ ଜଣ ଗିରଫ।

୭,୮୨୬ଟି ମାମଲା ରୁଜୁ, ୩,୭୬୪ ଜଣ ଗିରଫ; ୩,୨୦୧ କେଜି ଗଞ୍ଜେଇ, ୬.୩୬ କେଜି ହେରୋଇନ୍ ଓ ୪.୨୮ ଲକ୍ଷ  ଲିଟର ଚୋରା ମଦ ଜବତ

ଭୁବନେଶ୍ୱର:  ପାର୍ବଣ ଋତୁରେ ରାଜ୍ୟରେ ବେଆଇନ ମଦ ଓ ନିଶାଦ୍ରବ୍ୟର ଉତ୍ପାଦନ, ବିକ୍ରୟ ଏବଂ ପରିବହନକୁ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୧୦ରୁ ନଭେମ୍ବର ୧୦ ମଧ୍ୟରେ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଧରପଗଡ଼ ଅଭିଯାନରେ ମୋଟ ୪୫.୫୭ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଓ ଚୋରା ମଦ ଜବତ କରାଯାଇଛି।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମୋଟ ୭,୮୨୬ଟି ମାମଲା ରୁଜୁ କରାଯିବା ସହ ୩,୭୬୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ୩,୨୦୧ କେଜି ଗଞ୍ଜେଇ, ୬,୩୬୬ ଗ୍ରାମ ହେରୋଇନ୍, ୧୫୦.୫ ଲିଟର କଫ୍ ସିରପ୍, ୧୪,୧୯୩ କେଜି ମହୁଲ ଫୁଲ, ୧,୦୪୫ ଲିଟର ନକଲି ବିଦେଶୀ ମଦ ଏବଂ ୪,୨୮,୫୮୫  ଲିଟର ଚୋରା ଭାଟି ମଦ (ID Liquor) ଜବତ କରାଯାଇଛି।

ଏଥିସହ ୪୦,୬୦,୪୧୦  ଲିଟର ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ପୋଚ ନଷ୍ଟ କରାଯାଇଥିବା ବେଳେ ଏହି ବେଆଇନ କାର୍ଯ୍ୟକଳାପରେ ବ୍ୟବହୃତ ୪୪୨ଟି ଗାଡ଼ି ଜବତ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button